ଗୋପାଳପୁର ପୋର୍ଟ ପରିସରରେ ଭଙ୍ଗାରୁଜା ମାମଲାରେ ୩୪ ଜଣ ନିର୍ଦ୍ଦୋଷରେ ଖଲାସ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ମସିହା ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋପାଳପୁର ପୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା ଏକ ମାମଲାର ବୁଧବାର ଛତ୍ରପୁର ଜେଏମ୍ଏଫ୍ସି କୋର୍ଟରେ ବିଚାରଣା ହୋଇଯାଇଛି । ମାମଲାରେ ଜଡିତ ଥିବା ଗୋପାଳପୁର ପୋର୍ଟ ଡକ୍ ୱାର୍କସ୍ ୟୁନିୟନ୍ ଓ ମଜଦୂର ୟୁନିୟନ୍ର ୩୪ ଜଣଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ବିଚାରପତି ପ୍ରଜ୍ଞା ପରମିତା ସ୍ୱାଇଁ ସେମାନଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୩ ମସିହାରୁ ଜେଏମ୍ଏଫସି କୋର୍ଟରେ ଜିଆର୍ ନମ୍ବର ୧୫୩/୧୩ ନମ୍ବରର ଏହି ମାମଲାର ବିଚରାଧୀନ ଚାଲିଥିବା ବେଳେ ଆଜି ଏହାର ବିଚାରଣା ଶେଷ ହୋଇଯାଇଛି । ଗୋପାଳପୁର ପୋର୍ଟ ପରିସରରେ ଭଙ୍ଗାରୁଜା ହୋଇଥିବା ନେଇ ତତ୍କାଳୀନ ସୁରକ୍ଷା ବିଭାଗର ଚିଫ୍ ମ୍ୟାନଜର ଅଶୋକ କୁମାର ଡଗରଙ୍କ ଏତଲା କ୍ରମେ ଚମାଖଣ୍ଡି ପୁଲିସ ତଦନ୍ତ କରି ୩୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ମକଦ୍ଦମା ବିଚାରାଧୀନ ମଧ୍ୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ବାକି ୩୪ ଜଣଙ୍କ ବିରୋଧରେ ଚାଲିଥିବା ମାମଲାର ଆଜି ବିଚାରପତି ରାୟ ଶୁଣାଣି କରିଛନ୍ତି ବୋଲି ମକଦ୍ଦମା ପରିଚାଳନା କରୁଥିବା ମୁଦୁଲାଙ୍କ ପକ୍ଷରୁ ଓକିଲ ପଦ୍ମଚରଣ ସାହୁ ସୂଚନା ଦେଇଛନ୍ତି ।