ଗୋପାଳପୁର ବନ୍ଦରରେ ଅପ୍ରାକୃତିକ ଶ୍ରମିକ ସମସ୍ୟା
ଛତ୍ରପୁର (ଦେବଦତ୍ତ ମହାରଣା): ଗୋପାଳପୁର ବନ୍ଦର ୨୦୨୧ ମାର୍ଚ୍ଚ ମାସରେ ଏକ ନୂଆ ରେଳ ୟାର୍ଡ କାର୍ଯ୍ୟାରମ୍ଭ କରିଛି । ଗୋପାଳପୁର ବନ୍ଦର ର ବର୍ଦ୍ଧିତ ପରିବହନ କ୍ଷମତା ଅନୁଯାୟୀ ଏହି ନୂଆ ରେଳ ୟାର୍ଡରେ ଲୋଡିଂ ଅନଲୋଡିଂ କ୍ଷମତା ବଢାଯିବା ସହ ଗୋଦାମ (ଷ୍ଟୋରେଜ) କ୍ଷମତା ବଢିଛି । ପୂରୁଣା ରେଳ ୟାର୍ଡରେ ୯୬୦ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ପ୍ରକୃତ କର୍ମଚାରୀଙ୍କ ଆବଶ୍ୟକତା ୧୨୫ ରୁ କମ୍ ଥିଲା । ଭାରତରେ ସମସ୍ତ ବନ୍ଦର ରେ ରେଳ ପରିବହନ କାର୍ଯ୍ୟ ପାଇଁ ୧୨୦ ରୁ ୧୪୦ ଲୋକଙ୍କ ଆବଶ୍ୟକତା ପଡିଥାଏ । ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଗୋପାଳପୁର ବନ୍ଦର ଅଧିକ ଖର୍ଚ୍ଚ ବହନ କରି ମଧ୍ୟ ନିଯୁକ୍ତି ସହ ରୋଜଗାର ଯୋଗାଇ ଦେବାକୁ ରାଜି ହୋଇଥିଲା । ପୁରୁଣା ରେଲୱେ ସାଇଡିଂ ରେ ଜଣେ ଶ୍ରମିକ ପିଛା ମାସିକ ରୋଜଗାର ୨୦୧୯ ରେ ୧.୦୪୪ ଟଙ୍କା , ୨୦୨୦ ରେ ୮୬୩୯ ଟଙ୍କା ଏବଂ ଏବେ ୧୮ ହଜାର ଟଙ୍କା ହେଉଛି । କେବଳ ଦିନକୁ ଦୁଇ ଘଣ୍ଟା କାମ କରି ଶ୍ରମିକ ମାନେ ଏହି ଅର୍ଥ ରୋଜଗାର କରିପାରୁଛନ୍ତି । ଏହା ସତ୍ତ୍ୱେ ଶ୍ରମିକ ମାନେ ଭାବୁଛନ୍ତି ଯେ, ଏହି ଅର୍ଥ ଯଥେଷ୍ଠ ନୁହେଁ । ନୁଆ ସାଇଡିଂ ରେ କାମ କରିବାକୁ ଦାବି କରୁଛନ୍ତି । ଯାହାକି, ସେମାନଙ୍କୁ ମାସିକ ହାରାହାରି ୬୦ ହଜାର ଟଙ୍କା ରୋଜଗାର ଦେବ ବୋଲି ଭାବୁଛନ୍ତି । ସ୍ଥାନୀୟ ଲୋକଙ୍କ କ୍ରମାଗତ ଅନୁରୋଧ କ୍ରମେ ଗୋପାଳପୁର ବନ୍ଦର ଅତିରିକ୍ତ ୨୧୯ ଜଣ ଲୋକଙ୍କୁ ନୁଆ ୟାର୍ଡରେ ରେକ୍ ଅନଲୋଡିଂ କରିବା ପାଇଁ ନିଯୁକ୍ତି ଦେଇଛି । ତେବେ ପୁରୁଣା ୟାର୍ଡର ଶ୍ରମିକ ମାନେ ଅନ୍ୟ କାହାକୁ ସେଠାରେ ପୁରାଇ ଦେବାକୁ ମନା କରିବା ସହ ନୂଆ ୟାର୍ଡ ର କାର୍ଯ୍ୟରେ ବାଧା ସୃଷ୍ଟିି କରୁଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ୨୧୯ଜଣଙ୍କୁ ପୁରୁଣା ରେଳ ୟାର୍ଡ ର ଶ୍ରମିକ ମାନେ ଅଟକାଇବା ସହ ସେମାନଙ୍କୁ କାମ ରୁ ବନ୍ଦ କରାଇଛନ୍ତି । ସ୍ଥାନୀୟ ଲୋକ ଭାବୁଛନ୍ତି ଯେ, ବନ୍ଦର ଆଖ ପାଖ ଗ୍ରାମର କିଛି ନ୍ୟସ୍ଥ କ୍ଷମତା ବଳରେ ଏଭଳି ବ୍ୟାଘାତ ସୃଷ୍ଟି କରୁଛନ୍ତି । ଆଖପାଖ ସ୍ଥାନ ଆର୍ଯ୍ୟପଲ୍ଲୀ , କଣମଣା ଓ ମାଟିଖାଲ ଆଦି ଅଂଚଳ ର ଦୁଇ ହଜାର ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଜୀବନ ଜିବିକାରେ ବାଧା ସୃଷ୍ଟି କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଏ କ୍ଷେତ୍ରରେ ଆଗେଇ ଆସିବା ସହ ସାଂପ୍ରତିକ ସ୍ଥିତିରେ ଶାନ୍ତି ବଜାର ରଖିବା ପାଇଁ ପଦେକ୍ଷପ ନେଇଛି । ଆର୍ଜିପଲ୍ଲୀର ନିୟମିତ ଶ୍ରମିକ ମାନେ ଏଭଳି ଲୋକଙ୍କୁ କିଭଳି ରୋକିବା ସହ ଆଖପାଖ ଗ୍ରାମରେ ଲୋକଙ୍କ ଜୀବନ ଜିବିକାରେ ବାଧା ପହଂଚାଇବା ପାଇଁ ସୃଷ୍ଟି କରୁଥିବା ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।