ଗୋପାଳପୁର ବନ୍ଦର ପକ୍ଷରୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ ଦିନକୁ ଦିନ ଭୟାବହତା ରୂପେ ନେଇଛି । ଏଣୁ ଏଥିରେ ସୁରକ୍ଷିତ ରହିବା ପାଇଁ ଘରୁ ବାହରକୁ ନବାହରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଏହାସହିତ ଲକ ଡାଉନ ଘୋଷଣା କରାଯାଇଛି । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷିତ ନେଇ ବ୍ୟାପକ ସଚେତନତା ସହ ବିଭିନ୍ନ କାର୍ଯ୍ୟ କରିଆସୁଛନ୍ତି । ଏହି ସମୟରେ ଗରୀବ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଗୋପାଳପୁର ବନ୍ଦର ପକ୍ଷରୁ ୨୦୦ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ମଙ୍ଗଳବାର ଛତ୍ରପୁର ଥାନା ପରିସରରେ ଛତ୍ରପୁର ଏସଡିପିଓ ଗୈାତମ କିଷାନଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହାସହିତ ଆବଶ୍ୟକ ପଡିଲେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଗରୀବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବ ବୋଲି ବନ୍ଦର କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଅବସରରେ ଗୋପାଳପୁର ବନ୍ଦର ର ଭାଇସ୍ ପ୍ରେସିଡେଣ୍ଟ ଶାନ୍ତୁନ କୁମାର ମହାପାତ୍ର, ଚିଫ ସିକ୍ୟୁରିଟ୍ ଅଫିସର ସୋମିତ୍ର କୁମାର ପଟ୍ଟନାୟକ, ଅମୀତ୍ କୁମାର ମିଶ୍ର, ପ୍ରଭାତ କୁମାର ପଟ୍ଟନାୟକ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତାଙ୍କ ସମେତ ବହୁ ଗୋପାଳପୁର ବନ୍ଦର କର୍ମଚାରୀ ଏବଂ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଗୋପାଳପୁର ବନ୍ଦର ପକ୍ଷରୁ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହାସହିତ ବନ୍ଦରର ସମସ୍ତ କର୍ମଚାରୀ ଗୋଟିଏ ଦିନ ଦରମା ଗଂଜାମ ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।


