ଗୋପାଳପୁର ବନ୍ଦର ପକ୍ଷରୁ “ମା ହାଣ୍ଡିଶାଳ” କାର୍ଯ୍ୟକ୍ରମ ଆରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ମହିଳାମାନଙ୍କୁ ସ୍ଵାବଲମ୍ବୀ ତଥା ଆର୍ଥିକଭାବେ ସ୍ବଚ୍ଛଳ କରିବା ଉଦେଶ୍ୟ ନେଇ ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟତ୍ୱବୋଧ ବିଭାଗ ଏବଂ ମହିମା ସ୍ବୟଂ ସହାୟକ ଗୋଷ୍ଠୀ ର ମିଳିତ ପ୍ରୟାସ ରେ ସୁସ୍ବାଦ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ର ଅଭିନବ ପ୍ରୟାସ “ମା ହାଣ୍ଡିଶାଳ” ନାମକ ଏକ ସ୍ବତନ୍ତ୍ର କାର୍ଯକ୍ରମ ଆରମ୍ଭ କରାଯାଇଛି। ଆଜି ସ୍ଥାନୀୟ ସାନଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ କାର୍ଯକ୍ରମ ଆୟୋଜନ କରାଯାଇ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଭି.ଜେ.ରାଓ ଯୋଗଦେଇ ମହିମା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାସଦସ୍ୟ ମାନଙ୍କୁ ବିଭିନ୍ନ ରନ୍ଧନ ଉପକରଣ, ଗ୍ଯାସ ଚୁଲା ଏବଂ ପରିବେଷଣ ସାମଗ୍ରୀ ଇତ୍ୟାଦି ଯୋଗାଇ ଦେଇଥିଲେ। ମହିଳା ମାନଙ୍କ ମଧ୍ୟରେ ରୋଷେଇ କରିବାର ପୂର୍ଣ୍ଣ ଦକ୍ଷତା ଥିଲେ ମଧ୍ୟ ରନ୍ଧନ ଉପକରଣ ଏବଂ ବୃହତ୍ତ ପାତ୍ର ନଥିବାରୁ ଖାଦ୍ଯ ପ୍ରସ୍ତୁତ କରିବାରେ ଅସୁବିଧା ସମୁଖୀନ ହେଉଥିଲେ। ଏହି ସାମଗ୍ରୀ ଦ୍ବାରା ମହିଳାମାନେ ସୁସ୍ଵାଦ ଖାଦ୍ଯ ପ୍ରସ୍ତୁତ କରିବା ସାହ ରୋଜଗାର କ୍ଷମ ହେବାରେ ବିପୁଳ ସହାୟକ ହେବ l ଏହି ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ରାଓ କହିଛନ୍ତି ଯେ ମହିଳାମାନଙ୍କ ସଶକ୍ତ ବିନା କୌଣସି ଘର, ସମାଜ, ରାଜ୍ୟ କିମ୍ବା ଦେଶ ଆଗକୁ ବଢି ପାରିବ ନହିଁ । ସ୍ଥାନୀୟ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଏହି ପ୍ରୟାସ ଆଗାମୀ ଦିନରେ ବ୍ୟାପକ କରାଯିବ। ଅଧିକ ରୁ ଅଧିକ ମହିଳା ଏହି କାର୍ଯକ୍ରମରେ ସାମିଲ ହେବେ ଯାହା ନିଜର ଆର୍ଥିକ ମାନଦଣ୍ଡ ରେ ସୁଧାର ଆଣିବା ସହ ସମାଜର ପ୍ରଗତିରେ ନିଜକୁ ସାମିଲ କରିପାରିବେ। ଅନ୍ୟମାନଙ୍କ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ