ଗୋପାଳପୁର ବନ୍ଦର ପକ୍ଷରୁ ୫ କିମି ବେଳାଭୂମି ସାମ୍ନାର ସମୃଦ୍ଧିକରଣ କାର୍ଯ୍ୟ ଶେଷ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍): ପରିବେଶ ମିତବ୍ୟୟୀ ଓ ନିରନ୍ତର ଭିତିଭୂମି ବିକାଶ ଉପରେ ଗୋପାଳପୁର ବନ୍ଦର ବିଶ୍ୱାସ କରେ । ଏହି ବନ୍ଦର ନିର୍ମାଣ ପ୍ରକଳ୍ପର ଅଂଶ ସ୍ୱରୂପ ଗୋପାଳପୁର ପୋର୍ଟ ୪ଟି ନିୟୁତ କ୍ୟୁବିକ୍ ମିଟର୍ ର ବାଲି ଓ ମାଟିକୁ ବନ୍ଦରର ଉତ୍ତର ପାଶ୍ୱର୍ରେ ଜମା କରି ୫ କିମି ବେଳାଭୂମି ସାମ୍ନାର ବନ୍ଦର ସମୃଦ୍ଧୀକରଣ (ନରିସମେଂଟ୍) କାର୍ଯ୍ୟ ଶେଷ କରିଛି । ବନ୍ଦର ଖନନ ବେଳେ ବାହାରିଥିବା ଉପକରଣ ଗୁଡ଼ିକର ଅଧିକାଂଶ ଭାଗକୁ ବନ୍ଦରର ଉତ୍ତର ପାଶ୍ୱର୍ରେ ଥିବା ଆର୍ଜିପଲ୍ଲୀ ଗ୍ରାମ ନିକଟ ବେଳାଭୂମିରେ ଜମା କରାଯାଇଛି । ଖନନରୁ ବାହାରୁଥିବା ଉପକରଣକୁ ଉଚ୍ଚ- ସମୁଦ୍ର ଡିସଚାର୍ଜ ପାଇଁ ବ୍ୟବହାର କରିବା ଏକ ପାରମ୍ପରିକ ପଦ୍ଧତି । ମାତ୍ର ଜିପିଏଲ୍ ପକ୍ଷରୁ ନିଜସ୍ୱ ଆର୍ଥିକ ବ୍ୟୟ ଜରିଆରେ ୫ କିମି ବ୍ୟାପ ପର୍ଯ୍ୟନ୍ତ ଜମା କରିବାକୁ ନିଷ୍ପତି ନିଆଯାଇଥିଲା । ଗୋପାଳପୁର ପୋର୍ଟ ପରିଚାଳନା ନିଦେ୍ର୍ଧଶକ ଅମିତ ସାବୁଙ୍କ କହିବା କଥା ହେଲା ଯେ ଆମ ବ୍ୟବସାୟର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆମର କାର୍ଯ୍ୟକଳାପ ଗୁଡ଼ିକ ପରିବେଶ ଅନୁକୁଳ ଓ ଜୈବିକ ଦୃଷ୍ଟିରୁ ନିରନ୍ତର । ଆମେ ଉଚ୍ଚ ମାନର ନିରନ୍ତର ବିକାଶ ପାଇଁ ପ୍ରତିଶ୍ରୃତିବଦ୍ଧ । ଏହା ସହ ଏଚଏସଇ ଜିପିଏଲ୍ ଡିଜିଏମ୍ ସଞ୍ଜୟ ଥୋରାଟ୍ କହିଛନ୍ତି ଯେ ବେଳାଭୂମି ନିରୀକ୍ଷଣ ଏବଂ ତତ୍ ସଂକ୍ରାନ୍ତୀୟ ବିଷୟ ପାଇଁ ଗୋପାଳପୁର ବନ୍ଦର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶି କାର୍ଯ୍ୟ କରୁଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ