ଗୋପାଳପୁର ବନ୍ଦର ଶ୍ରମିକଙ୍କୁ କାମ ଯୋଗାଇବା ଦେନା ଦାବୀରେ ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ପୋର୍ଟର ତାଲିକା ଭୁକ୍ତ ସୁରଭାଇଜର୍ସ , ସ୍କେଲ ଓ ଟ୍ରାନସପୋର୍ଟ ଶ୍ରମିକଙ୍କୁ ବର୍ଷସାରା କାମ ଯୋଗାଇବା ସମେତ ୩ଦଫା ଦାବୀ ନେଇ ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କରସ୍ ୟୁନିୟନ ଏବଂ ଗଞ୍ଜାମ ଜିଲ୍ଲା ଅଖିଳ ଭାରତ ଟ୍ରେଡ ୟୁନିୟମ କଂଗ୍ରେସ (ଏ.ଆଇ.ଟି.ୟୁ.ସି) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ସମ୍ବନ୍ଧରେ ତ୍ରିପାକ୍ଷୀ ଆଲୋଚନା କରାଯାଇ ସାତଦିନ ମଧ୍ୟରେ ସମାଧାନ ନକରାଗଲେ ମାର୍ଚ୍ଚ ୩ତାରିଖ ଠାରୁ ଶ୍ରମିକମାନଙ୍କୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କରସ୍ ୟୁନିୟନର ସଭାପତି ତଥା ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସିଆଇଟିୟୁ ନେତା ଯୁଧିଷ୍ଟିର ବେହେରା, ଓଡିଶା ନିର୍ମାଣ ସଂଘ ଗଞ୍ଜାମ ଜିଲ୍ଲା ସଭାପତି ଦଣ୍ଡପାଣି ସାମଲ, ଯୁବନେତା ପ୍ରଦୀପ କୁମାର ସେଠୀ, ଶ୍ରମିକ ନେତା ହରିହର ପାତ୍ର, ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ସମ୍ପାଦକ ଅଳକାନାଥ ମିଶ୍ର , ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କରସ୍ ୟୁନିୟନର ସମ୍ପାଦକ ବି.ବୈରାଗୀରେଡ୍ଡୀ , ମାଗୁଣୀ ବିଷୋୟୀ, ସିକନ୍ଦରଖାନ୍‌, କାମଦେବ ନାହାକ ଓ ଛାୟାକାନ୍ତ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରାକାର ଶ୍ରମିକ ମାନଙ୍କୁ କାମ ଯୋଗାଇବାରେ ବିଫଳ ହøାଇଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଆଗାମୀ ସପ୍ତାହ ମଧ୍ୟରେ ଗୋପାଳପୁର ବନ୍ଦର ରେ ଶ୍ରମିକ ମାନଙ୍କୁ ସବୁଦିନିଆ କାମ ଯୋଗାଇବା, ମୃତ ଓ ବୟସ୍କ ତଥା ଅସମର୍ଥ ଶ୍ରମିକମାନଙ୍କ ପରିବାରର ସଦସ୍ୟଙ୍କୁ କାମ ଯୋଗାଇବା ଏବଂ ପୋର୍ଟ ପରିସରରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ୟୁନିୟନ ଶ୍ରମିକ ମାନଙ୍କୁ ଅଗ୍ରାଧିକାର ନଦେଲେ ଆସନ୍ତା ମାର୍ଚ୍ଚ ୩ତାରିଖ ଠାରୁ ଲଗାତାର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପାଇଁ ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ୟୁନିୟନର ସଭାପତି ଶ୍ରୀ ପାଟ୍ଟଯୋଷୀଙ୍କ ନେତୃତ୍ୱରେ ପ୍ରତିନିଧୀ ଦଳ ପ୍ରଦୀପ କୁମାର ସେଠୀ, ବୈରାଗୀ ରେଡ୍ଡୀ, ମାଗୁଣୀ ବିଷୋୟୀ, ସିକନ୍ଦରଖାନ୍‌, କାମଦେବ ନାହାକ, ଛାୟାକାନ୍ତ ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ହଜାର ହଜାର ଶ୍ରମିକ ମାନେ ହାତରେ ଏଆଇଟିୟୁସିର ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଶ୍ରମିକନେତା ରବି ପ୍ରଧାନ, ରାମେଶ୍ୱର ନାହାକ, ଯୁଗଳ କିଶୋର ଦାସ, କାନକା ରେଡ୍ଡୀ, ବିଜୟ ନାହାକ, ସୁ୍‌ଦର୍ଶନ ରାଉଳ, ବଂଶୀଧର ଗୈାଡ ଓ ସୁରେନ୍ଦ୍ର ଗୈାଡ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ