ଗୋପାଳପୁର ବେଳାଭୂମି ହେବ ଦିବ୍ୟାଙ୍ଗଜନ ଫ୍ରେଣ୍ଡଲି ବିଚ : ଟୁଇଟ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଲୋକେ ଏଠାକୁ ଆସିବେଳାଭୂମି ର ମଜା ଉଠାଇପାରୁଛନ୍ତି । ତେବେ ପର୍ଯ୍ୟଟକଙ୍କ ଭିଡ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ପାଦେ ଆଗକୁ ଆସି ଦିବ୍ୟାଙ୍ଗ ମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ ବ୍ୟବସ୍ଥା ମାନ କରାଯାଉଛି । ଯାହା ଦ୍ୱାରା ଗୋପାଳପୁର ବିଚ ଟି ଦିବ୍ୟାଙ୍ଗଜନ ଫ୍ରେଣ୍ଡଲି ବିଚ୍ ହୋଇ ପାରିବ । ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ ହେବା ସହ ଏହା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କରାଯିବ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ