ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଠାରେ ଅବସରପ୍ରାପ୍ତ ମିଲିଟାରୀ ସେବାୟତ ମାନଙ୍କ ରାଲି ଆୟୋଜିତ ହେବ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଠାରେ ଅବସରପ୍ରାପ୍ତ ମିଲିଟାରୀ ସେବାୟତ (ଏକ୍ସ ଆର୍ମି) ମାନଙ୍କ ନିମନ୍ତେ ଏକ ରାଲି ଚଳିତ ମାସ ୧୯ ତାରିଖ ଦିନ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଆର୍ମି ଶିକ୍ଷା କେନ୍ଦ୍ରରେ ରହୁଥିବା ଭେଟେରାନ୍ସ, ବୀରନାରୀ ତଥା ବୀର ମାତାଙ୍କ ଆତ୍ମ ବିଶ୍ବାସ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଲି ଟିରେ ଦେଶ ସୁରକ୍ଷା ଦିଗରେ କାର୍ଯ୍ୟରତ ବୀର ମାନଙ୍କର ଏବଂ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀରଙ୍କ ପରିବାର ବର୍ଗଙ୍କ ନାନାବିଧ ସମସ୍ୟା ସମ୍ପର୍କରେ ଜନଶୁଣାଣୀ ହେବ । ଏହି ରାଲି ମାଧ୍ୟମରେ ସେନାରୁ ଅବସରକାଳୀନ ସୁବିଧା ସକାଶେ ତଥ୍ୟ ଗୁଡିକର ସଠିକ୍ ପଞ୍ଜିକରଣ ଏବଂ ସେ ଗୁଡିକର ଫଇସଲା ତ୍ବରାନ୍ବୀତ କରାଯିବ । ବିଭିନ୍ନ ତଥ୍ୟ ଗୁଡିକ ଲିପିବଦ୍ଧ କରିବା ସକାଶେ ନିୟୋଜିତ ଥିବା ଆହ୍ଲାବାଦ ରାଜ୍ୟ ସରକାରଙ୍କ ପ୍ରତିରକ୍ଷା ଅଭିଲେଖାଗାରର ପ୍ରିନ୍ସପାଲ କଣ୍ଟ୍ରୋଲର ( ପେନସନ୍) ଏବଂ ବ୍ୟାଙ୍କ ଅଧିକାରୀଗଣ ଉପସ୍ଥିତ ରହି ଅବସରପ୍ରାପ୍ତ ପରିବାର ବର୍ଗଙ୍କ ଓ ଶହୀଦ୍ ବୀରଙ୍କ ଉତ୍ତରାଧିକାରୀ ମାନଙ୍କ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣୀ କରିବେ । ଏହି ରାଲିଟିରେ ଅବସରପ୍ରାପ୍ତ ସେବାୟତଙ୍କ ଅବଦାନ ହେତୁ ସେମାନଙ୍କ ସ୍ବାସ୍ଥ୍ୟଗତ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଗୋପାଳପୁର ମିଲିଟାରୀ ଅଧିନରେ ସାମରୀକ ଡାକ୍ତରଖାନା କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯିବ । ଏହି ସମାବେଶରେ ଦେଶ, ସମାଜ ତଥା ସଶସ୍ତ୍ର ବାହିନୀଙ୍କୁ ଏକ ନିରପେକ୍ଷ ଏବଂ ନିଃସ୍ବାର୍ଥପର ସେବା ପାଇଁ ସମସ୍ତ ଭେଟେରାନ୍ସ, ବୀରନାରୀ ତଥା ବୀର ମାତାଙ୍କ, ବରିଷ୍ଠ ଭେଟେରାନ୍ ଏବଂ ଅବସରପ୍ରାପ୍ତ ସେବାୟତ ମାନଙ୍କ ସେବା ପ୍ରଦାନକୁ ପ୍ରୋତ୍ସାହନ ସ୍ବରୂପ କୃତଜ୍ଞତା ଜ୍ଞାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ସେମାନଙ୍କ କାର୍ଯ୍ୟ ଶୈଳୀ ମଧ୍ୟରେ ଦେଖା ଦେଉଥିବା ଦୈନନ୍ଦିନ ସମସ୍ଯାର ସମାଧାନ ଦିଗରେ ଅନେକ ସହଯୋଗ ହୋଇପାରିବ । ସେମାନଙ୍କ ପରିବାର ବର୍ଗ ମଧ୍ୟ ନିଜ ଆତ୍ମିୟଙ୍କୁ ହରାଇ ଅନେକ ସମସ୍ୟାରେ ଦିନ ବିତାଉଛନ୍ତି । ଏହି ରାଲିଟିର ସେମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡିକର ଫଇସଲା କରିବା ଦିଗରେ ମତ ଉପସ୍ଥାପନ କରିବାର ସୁଯୋଗପାଇବେ। ଏହି ଅବସରରେ ଅବସର ସେନାଙ୍କ ଉପଯୋଗୀ ନିନ୍ତେ ରିସ୍ତେ ନାମକ ଏକ ପୁସ୍ତକ ଅନାବରଣ ହେବାର କାର୍ଯ୍ୟକ୍ରମ ରହିଛି । ସେନା ବିହିନୀର କାର୍ଯ୍ୟରତ ଅବସରମାନଙ୍କ ସମସ୍ୟା ସମାଧାନ ନିମନ୍ତେ କିମ୍ବା ଉତ୍ତରାଧିକାରୀ ଏହି ରାଲିଟିରେ ବହୁ ସଂଖ୍ୟାରେ ଯୋଗଦାନ କରି ଏହି ସେବା ଗ୍ରହଣ କରିବାକୁ ମିଲିଟାରୀ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।


