ଗୋପାଳପୁର ସ୍କୁଲର ସଭାପତି ମନୋନୀତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଗୋପାଳପୁର ଉଚ୍ଚ ପ୍ରାଥମିକ ସ୍କୁଲର ସଭାପତି ଭାବେ ଶିଶିର କୁମାର ମହାନ୍ତି ମନୋନୀତ ହୋଇଛନ୍ତି । ଏଥିପାଇଁ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାପତି ଚୟନରେ ୧୨ଜଣ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରୁ ୧୧ଜଣ ସଦସ୍ୟ ଉପସ୍ଥିତ ଥିବାବେଳେ ୭ଜଣ ସଦସ୍ୟ ଶିଶିର ମହାନ୍ତିଙ୍କୁ ସମର୍ଥନ କରିଥିଲେ । ଶିଶିର କୁମାର ମହାନ୍ତି ସଭାପତି ଭାବେ ନିର୍ବାଚିତ ହେବାପରେ ଭାତକରୁଆ, ଘୋଷରାପଦା, ରଗୁଡି, ବାହିଆ, ମହ୍ଲାରପଦା, ଡଙ୍କିଆ, କାଠିଆସରା, ପଣଷଢ଼ିଆ, ସରେଇସାହି, ମୁର୍ଗାଗୋଠ ପ୍ରଭୃତି ଗ୍ରାମର ଅଭିଭାବକମାନେ ସଭାପତି ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।