ଗୋପାଳ ବ୍ରହ୍ମଚାରୀଙ୍କ ବାର୍ଷିକ ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବେଲଗଡିଆ ଠାରେ ସନ୍ଥ ଅରକ୍ଷିତ ଦାସଙ୍କ ଓଳାଶୁଣୀ ମଠ ଆଶ୍ରିତ ଗୋପାଳ ବ୍ରହ୍ମଚାରୀଙ୍କ ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରଦ୍ଧାଳୁମାନେ ଗୋପାଳ ବ୍ରହ୍ମଚାରୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତୁଳସୀ ପାଦୁକା ପାଇ ବ୍ରହ୍ମଚାରୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଓଳାଶୁଣୀ ମଠର ମୁଖ୍ୟ ମହନ୍ତ ମହାରାଜ ଶ୍ରୀ ନାମାନନ୍ଦ ଦାସ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ସୁସ୍ଥ ସମାଜ ଗଠନ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଗୀତାଯଜ୍ଞ, ଦୀପ ଯଜ୍ଞ, ଭଜନ ସମାରୋହ ଓ ଚତୁର୍ଥ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଆସୁଥିଲା ବେଳେ ଚଳିତ ବର୍ଷ ବ୍ରହ୍ମଚାରୀଙ୍କ ଭକ୍ତ ମାୟାଧର ସାମଲ ଓ ବେଲଗଡିଆ ଶ୍ରୀ ଗୋପାଳ ବ୍ରହ୍ମଚାରୀ ପଜା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ