ଗୋପାଳ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ସୁନାକେରା ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୋଭିଡ ନିୟମ ବଜାୟ ରଖି ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଉପଲକ୍ଷେ ପ୍ରଥମେ ପ୍ରଭୁ ବାଳକୃଷ୍ଣଙ୍କ ସମ୍ମୁଖରେ ବୈଦିକ ରୀତିରେ ଘୃତ ଯଜ୍ଞ ଅନୁଷ୍ଠିତ ହେବା ପରେ ଶ୍ରୀକୃଷ୍ଣଙ୍କ ଆଦର୍ଶ ବାଣୀ ଉପରେ ଆଲୋକପାତ କରାଯାଇଥିଲା। ମହାନ ଭାରତ ବର୍ଷର ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ସମାଜର ବରିଷ୍ଠ ନାଗରିକ ଅକୃର ଗୌଡ଼, ଉଦୟ ଗୌଡ଼ ଓ ଉତ୍ସବ ଗୌଡ଼ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୁନାକେରା ଗ୍ରାମର ଷୋହଳ ଖଣ୍ଡ ଗୋପାଳ ସମାଜର ସମସ୍ତେ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଅମୃତ ବାଣୀ ଶ୍ରବଣ କରି ତୃପ୍ତିଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ