ଗୋପିନାଥପୁରରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ଗ୍ରାମ ଦେବତୀ ମା’ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରଶାସିକା ସଞ୍ଜିବୀତା ରାୟ ପୂଜାପାଠ କରିବା ପରେ ସାଳନ୍ଦୀ ନଦୀରୁ କଳସ ଅଣାଯାଇଥିଲା । ସାଳନ୍ଦୀ ନଦୀରୁ ୧୧ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଦିକ ରୀତିରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠାର ମୁଖ୍ୟ ପୁରୋଧା ସୁନାମଧନ୍ୟ ଚିକିତ୍ସକ ତଥା ଅବସରପ୍ରାପ୍ତ ସି.ଡି.ଏମ୍‌.ଓ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାୟ, ଡାକ୍ଟର ଦୁର୍ଗାବତୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋପିନାଥପୁର, ତାଜିପୁର, ତୁଡିପଦା, ମାର୍କଣ୍ଡପୁର, ସାହୁପଡା ଗ୍ରାମର ହଜାର ହଜାର ଭକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଡି.ଆର୍‌.ଡି.ଏର ସିଡିଓ ପ୍ରତାପ ପ୍ରିତିମୟ ମହାନ୍ତି, ବିଡିଓ ପ୍ରଦୀପ କୁମାର ସେଠୀ, ସହକାରୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଞ୍ଚ ସବିତାରାଣୀ ନାୟକ, ପୂର୍ବତନ ସରପଞ୍ଚପ୍ରଦୀପ୍ତ ନାୟକ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ଗ୍ରାମ ଦେବତୀ ମା’ମଙ୍ଗଳା ଲୋକ ମାନଙ୍କର ମାନସିକ ପୂରଣ କରୁଥିବା ବେଳେ ଗ୍ରାମର ବିଭାଘର, ବ୍ରତଘର ଓ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମା’ମଙ୍ଗଳାଙ୍କ ଠାରେ ପ୍ରଥମେ ମଙ୍ଗଳାର୍ପଣ କରାଯାଇଥାଏ । ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ମା’ଙ୍କ ପୀଠରେ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶତାଧିକ ବର୍ଷ ଧରି ଏକ ଗଛ ମୂଳରେ ଘୁମୁରା ମାଧ୍ୟମରେ ମା’ ମଙ୍ଗଳା ପୂଜା ପାଇ ଆସୁଥିଲେ । ମା’ମଙ୍ଗଳାଙ୍କ ଆଶ୍ରିତ ଗ୍ରାମର ବଡ ଭକ୍ତ ତଥା ସୁନାମଧନ୍ୟ ଡାକ୍ତର ପୂର୍ଣ୍ଣ ଚନ୍ଦ ରାୟଙ୍କ ଉଦ୍ୟମରେ ଗ୍ରାମ ଦେବତୀ ମା’ମଙ୍ଗଳାଙ୍କ ପୀଠରେ ଏକ ମନ୍ଦିର ହୋଇପାରିଛି । ୨ ଦିନ ବ୍ୟାପୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯୁବ ଇଞ୍ଜିନୟର ପ୍ରିୟବ୍ରତ ଜେନା, ଗୋପବନ୍ଧୁ ଜେନା, କୁନିଆ ଜେନା, ବଟକୃଷ୍ଣ ଜେନା, ସୁବ୍ରତ ଜେନା, କରୁଣାକର ଦାସ, ଅଶୋକ ଦାସ, ନାରାୟଣ ଜେନା,ନୃସିଂହ ମହାପାତ୍ର, ରବିନ୍ଦ୍ର ଦାସ, ପ୍ରଦୀପ ରାୟ, ବିନୋଦ ଜେନା, ଭଜନ ବେହେରା, ସୁଜାତା ଜେନା, ରମେଶ ଜେନା, ଗୋବିନ୍ଦ ସାହୁ, ଉମାକାନ୍ତ ମହାପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ