ଗୋପିନାଥପୁରରେ ରାଜ୍ୟ ବିଜେଡି ସମ୍ପାଦକଙ୍କ ଦଳୀୟ ସମୀକ୍ଷା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଯୋଗ ଦେଇ ଦଳୀୟ ସଙ୍ଗଠନ ଓ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରୁ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ନେଇ ୱାର୍ଡ ଓ ପଞ୍ଚାୟତ ସ୍ତରୀୟ କମିଟି ମାଧ୍ୟମରେ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପଞ୍ଚାୟତ ବିଜେଡି ସଭାପତି ଚିତ୍ତ ରଂଜନ ଉଦଗାତାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ ଯୋଗ ଦେଇ ଯୁବକ ମାନେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସାଧାରଣଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ପଞ୍ଚାୟତର ସରକାରୀ ଧାନମଣ୍ଡିରେ ଚାଷୀ ମାନେ ଧାନବିକ୍ରି ବେଳେ ୫ରୁ ୬ କିଗ୍ରା ଧାନ କଟନୀ କରାଯାଉଥିବା ଅଭିଯୋଗ ଆସିଥିଲେ । ଫଳରେ ଶ୍ରୀ ସାମଲ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ବୈଠକରେ ସରପଞ୍ଚ ଅଶୋକ ଦାସ, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଜେନା, କମ୍ବୁନାଥ ବେହେରା, ଅନନ୍ତ ଦାଶ, ଗଂଗାଧର ମହାପାତ୍ର, ବଳରାମ ପୃଷ୍ଟି, ପଞ୍ଚାୟତ ଯୁବ ବିଜେଡି ସଭାପତି ବୈକୁଣ୍ଠ ଜେନା, ଭାଗିରଥି ଦାସ, ଯୁଧିଷ୍ଠିର ରାଉତ, ରଞ୍ଚନ ଦାସ, ଗୌରାଙ୍ଗ ଦାସ, ସଞ୍ଚୟ ଦାସ, ଜି.ପି.ଏଲ.ଏଫ. ଏମ୍.ବି.କେ ତୁଳସୀ ମଲ୍ଲିକ, ଅଜୟ ମହାନ୍ତି, ବସନ୍ତ ନାୟକ, ଅଜୟ ଜେନା, ଲକ୍ଷ୍ମୀଧର ଜେନା, ନାରାୟଣ ଜେନା, ଗୋପବନ୍ଧୁ ଜେନା, ରୂପକ ଦାସ, ଉମାକାନ୍ତ ବେହେରା, ବିଷ୍ଣୁ ପଣ୍ଡା, ଦୁର୍ଯ୍ୟଧନ ସାହୁ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ୱାର୍ଡରୁ ୨ ଜଣ ସକ୍ରିୟ କର୍ମୀ ଓ ପଞ୍ଚାୟତ କମିଟିକୁ ନେଇ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ହେବାକୁ ନିଷ୍ପତ୍ତି ହୋଇଥିଲା ।