ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳ ପଡିଆ ଠାରେ ଆଜି ୧୪ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଗୋପିନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ସହିତ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଟସଜିତି ପ୍ରଥମେ ସୂର୍ଯ୍ୟଶିଖା ବ୍ୟାଟିଂ ନିଷ୍ପତ୍ତି ନେଇ ୨୦ ଓଭରେ ୮ଉଇକେଟ ହରାଇ ୨୦୪ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ସରୋଜ ବେହେରା ସର୍ବାଧିକ ୫୬ରନ ସଂଗ୍ରହ କରିଥିଲେ । ଜବାବରେ ଯାଜପୁର ଟିମ ନିର୍ଦ୍ଧାରିତ ୨୦ଓଭରରେ ୫ଉଇକେଟ ହରାଇ ୨୦୬ରନ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ଦଳପକ୍ଷରୁ ଅନୁମ ପାଲ ସର୍ବାଧିକ ୮୪ରନ ସଂଗ୍ରହ କରିଥିଲେ । ଉଦଘାଟନୀ ଦିବସର ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଏମସିସି ଯାଜପୁର ଓ ଭୁବନେଶ୍ୱର ରାମେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଏମସିସି ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ଓଭରରୁ ୧୭.୧ଓଭରେ ସମସ୍ତ ଉଇକେଟ ହରାଇ ୧୪୭ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଆଝାର ଅଲ୍ଲୀ ସର୍ବାଧିକ ୪୩ରନ ସଂଗ୍ରହ କରିଥିଲେ । ୧୪୮ରନର ଲକ୍ଷ୍ୟ ନେଇ ଭୁବନେଶ୍ୱର ଟିମ ଖେଳ ଆରମ୍ଭ କରିଥିବାବେଳେ ୧୬ଓଭରରେ ୩ଉଇକେଟ ହରାଇ ୧୪୮ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଦଳପକ୍ଷରୁ ଗିରିଜା ଶଙ୍କର ମିଶ୍ର ସର୍ବାଧିକ ୮୭ରନ ସଂଗ୍ରହ କରିଥିଲେ । ଅମ୍ପେୟାର ଭାବେ ଲଲାଟକେଶରୀ ନନ୍ଦ ଓ ରଞ୍ଜନ କୁମାର ମହାନ୍ତି ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଜୟନ୍ତ କୁମାର ନାୟକ, ଚିନ୍ମୟ ରାଉତରାୟ, ରାକେଶ ବୋଇତାଇ, ରଶ୍ମିରଞ୍ଜନ ନାୟକ କାର୍ଯ୍ୟତୁଲାଇଥିଲେ । ଭାଷ୍ୟକାର ଭାବେ ପ୍ରଦିପ୍ତ ନାୟକ, ଗୋପବନ୍ଧୁ ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ । ଖେଳକୁ କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ ।