ଗୋପୀନାଥଙ୍କ ଶ୍ରାଦ୍ଧବାର୍ଷିକୀ, ସମାଧି ପୀଠ ଲୋକାର୍ପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି l ଏହି ଅବସରରେ ତାଙ୍କ ସମାଧି ପୀଠ ଲୋକାର୍ପିତ ହୋଇଛି l ପାରଳା ମହାଦେଇ କଲ୍ୟାଣୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକାର୍ପଣ କରିଥିଲେ l ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓ , ପୌରାଧ୍ୟକ୍ଷା ନିର୍ମଳା ସେଠୀ ସ୍ମୃତି ଚାରଣ କରିଥିଲେ l ଗୋପୀନାଥ ହେଉଛନ୍ତି ସ୍ୱତନ୍ତ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତି ଏବଂ ବ୍ରହ୍ମପୁ୍ର ଲୋକସଭା ଆସନରୁ ଦୁଇ ଥର ସାଂସଦ l ଗଜପତି ରାଜବାଂଶ ପାରଳାଖେମୁଣ୍ଡି କିମ୍ବା ଗଜପତି ଜିଲ୍ଲା ପାଇଁ ନୁହେଁ, ବରଂ ଓଡିଶା ପାଇଁ ତାଙ୍କର ସର୍ବସ୍ବ ଦାନ କରିସାରିଛନ୍ତି l କେବଳ ସେତିକି ନୁହେଁ, ଗୋପୀନାଥ ସାଂସଦ ଥିବା ସମୟରେ ଗଜପତି ଜିଲ୍ଲା ସମେତ ସାରା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବହୁ ଉନ୍ନତି କାର୍ଯ୍ୟ କରିଛନ୍ତି l ତାଙ୍କ ଭଳି ଜଣେ ମହାନ ଆତ୍ମାଙ୍କ ସମାଧିପୀଠ ଲୋକାର୍ପିତ କରିବା ନିଶ୍ଚିନ୍ତ ଭାବେ ଏକ ଗର୍ବର କଥା ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ