ଗୋପୀନାଥପୁର ପଞ୍ଚାୟତ ଅଫିସ ସମ୍ମୁଖରେ ସଦର ବିଜେପିର ଗଣଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଗୋପୀନାଥପୁର ପଞ୍ଚାୟତ ଅଫିସ ସମ୍ମୁଖରେ ସଦର ବିଜେପି ଗଣଆନ୍ଦୋଳନ କରିଛି । ଶ୍ରୀ ଦତ୍ତଙ୍କ ଆହ୍ୱାନକ୍ରମେ ଦଳୀୟ ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଉପସ୍ଥିତ ନେତୃବୃନ୍ଦ ନିଜ ବକ୍ତବ୍ୟରେ ରାଜ୍ୟ ସରକାରକୁ କଡା ସମାଲୋଚନା କରିଥିଲେ । ଗତ ୨୩ ବର୍ଷ ଧରି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣରେ ଆର୍ôଥକ ଅନୁଦାନ ସମେତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଓଡିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନା ଓଡିଶାର ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ । ଗୋପୀନାଥପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିସି କାରବାର, ରାସନ କାର୍ଡ ବଣ୍ଟନ, ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ବିଜେଡି ମୁକ୍ତ ଶାସନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦତ୍ତ ଆହ୍ୱାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ଆର.ସି.ଏମ.ଏସ ସଭାପତି ସର୍ବେଶ୍ୱର ମହାନ୍ତି, ସମିତିସଭ୍ୟା ମାମନୀ ଜେନା, ନାଏବ ସରପଞ୍ଚ ରଞ୍ଜୁଲତା ନାୟକ, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ବୃନ୍ଦାବନ ରାଉତ, ମଣ୍ଟୁ ବସନ୍ତିଆ, ବିଜେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ମଲ୍ଲିକ, ପ୍ରଦୀପ ବାସ୍କେ, ଅନିଲ ନାଥ, ବିଶ୍ୱନାଥ ନାୟକ, ଭଗବାନ ପାତ୍ର, ପୂର୍ଣ୍ଣେନ୍ଦୁ ଦାସ, ସନାତନ ବାରିକ, ବସନ୍ତ ବାରିକ, ଯୋଗେନ୍ଦ୍ର ପରିଡା, ରବୀନ୍ଦ୍ର ପରିଡା, ଭାଗବତ ପ୍ରଧାନ, ଅତୁଲ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।


