ଗୋପୀନାଥ ବିଦ୍ୟାପୀଠରେ ୭୩ତମ ବନମହୋତ୍ସବ ପାଳିତ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ଗ୍ରାମର ଗୋପୀନାଥ ବିଦ୍ୟାପୀଠରେ ଜୁଲାଇ ୨୭ ତାରିଖ ଦିନ ୭୩ତମ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ ଓ ଅତିଥିମାନେ ଗ୍ରାମ ପରିକ୍ରମା କରିବା ସହିତ ସ୍ଲୋଗାନ ଦେଇ ଗଛ ଲଗାଇବା ପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ବୃନ୍ଦ ମିଳିତଭାବେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ଉପଲକ୍ଷେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥିଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ବକ୍ତାଭାବେ ଭଞ୍ଜନଗର ରୋଟାରୀକ୍ଳବର ସଭାପତି ମଧୁସୁଦନ ମହାପାତ୍ର, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶୂଳପାଣି ଶତପଥୀ, ନିଗମାନନ୍ଦ ଏଜୁକେଶନ ସେଣ୍ଟରର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଦାଳ ଖଟେଇ, ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇ ବୃକ୍ଷର ଉପକାରିତ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ସ୍ଥାନୀୟ ବନପାଳଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।