ଗୋପେଶ୍ୱର ମନ୍ଦିରରେ ମହା ଶିବରାତ୍ରୀ ଉତ୍ସବ ଉଦଯାପିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ରାଜଗୁରୁ ସାହି ଠାରେଥିବା ଗୋପେଶ୍ୱର ମହାଦେବ ମନ୍ଦିରରେ ପବିତ୍ର ଶିବରାତ୍ରୀ ଉତ୍ସବ ଆଡମ୍ବର ସହ ପାଳନ କରାଯାଇ ଉଦଯାପନ ହୋଇଯାଇଛି । ଦିନ ତମାମ ଭକ୍ତଙ୍କ ସମାଗମ ଲାଗିରହିଥିବାବେଳେ ସନ୍ଧ୍ୟା ସମୟରେ ଉତ୍କଳ ହିତୈଷିଣୀ ପରିବାର ପକ୍ଷରୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତି ସଂଗୀତମାନ ପରିବେଶଣ କରିଥିଲେ । ସେଠାରେ ମହାଦେବଙ୍କ ମହାଦୀପ ପ୍ରାୟ ମଧ୍ୟ ରାତ୍ର ୧୨ଘଣ୍ଟା ସମୟରେ ଉଠିଥିବାବେଳେ ଅଞ୍ଚଳଟି ହୁଳହୁଳି ଓ ଘଣ୍ଟ ଧ୍ୱନୀରେ ପ୍ରକମ୍ପିତ ହୋଇପଡିଥିଲା । କାର୍ଯ୍ୟକ୍ରମରେ ପାରଳା ସ୍ୱାଭିମାନ ମଞ୍ଚ ଆବାହକ ଡ.ତିରୁପତି ପାଣିଗ୍ରାହୀ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ଗୁରୁ କୌଳାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଭକ୍ତମାନେ ସହଜରେ ଉଜାଗର ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ