ଗୋପ ଅଞ୍ଚଳ ରେ ତୈଳ ଓ ଭୂତଳ ଇନ୍ଧନ ସନ୍ଧାନ ଘଟଣା, ଦ୍ୱିତୀୟ ପର୍ଯ୍ୟାୟ ରେ ଅଏଲ ଇଣ୍ଡିଆ ୮ଏକର ଜମି ଲିଜ ନେଲା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ କୁସୁପୁରୁ ଓ ଚିତ୍ରା ମୌଜାରେ ଭୂତଳ ଇନ୍ଧନ ସନ୍ଧାନ ମିଳିବା ପରେ ଖନନ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଗୋପ ବ୍ଲକ ଚିତ୍ରା ମୌଜାରେ ଚିହ୍ନଟ ୮ ଏକର ଜମିକୁ ଅଏଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୩ ବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳର ୧୩୦ ଜଣ ଚାଷୀଙ୍କ ଠାରୁ ୩ ବର୍ଷିଆ ଲିଜ ସୂତ୍ରରେ ନିଆଯାଇଛି । ଏଥିପାଇଁ କ୍ଷତିପୂରଣ ବାବଦ ପ୍ରତ୍ୟକ ଚାଷୀଙ୍କୁ ଏକ ଗୁଣ୍ଠ ଜମିକୁ ତିନି ବର୍ଷ ପାଇଁ ୩୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି । ୧୩୦ଜଣ ଚାଷୀଙ୍କୁ ଅଏଲ ଇଣ୍ଡିଆ ଳିମିଟେଡ ପକ୍ଷରୁ ପାଖାପାଖି ଏକ କୋଟି ଟଙ୍କାର ଚେକ ପ୍ରଦାନ କରାଯାଇଛି ।ପୂର୍ବରୁ ଗତ ଅଗଷ୍ଟ ମାସରେ କୁସୁପୁର ମୌଜାରେ ଚିହ୍ନଟ ୮ଏକର ଜମି ପାଇଁ ୩୭ଜଣ ଜମି ମାଲିକ ଙ୍କୁ କ୍ଷତିପୂରଣ ବାବଦ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଅଏଲ ଇଣ୍ଡିଆ ପକ୍ଷରୁ ଭୁତ୍ତଳ ଇନ୍ଧନ ଉତ୍ତୋଳନ ପାଇଁ ଗୋପ କୁସୁପୁରୁ ଠାରେ ସିଭିଲ କନଷ୍ଟ୍ରକ୍ସନ କାର୍ଯ୍ୟ ଆରମ୍ଭ କରାଯାଇଛି ।୨୦୨୦ ମସିହାରେ ଅଏଲ ଇଣ୍ଡିଆ ଲିମିଟେଡ଼ ଦ୍ୱାରା ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତ୍ତଳ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ କାର୍ଯ୍ୟ ସର୍ଭେ ପରେ ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସ ର ସନ୍ଧାନ ମିଳିଥିଲା । ଆଜି ଚିତ୍ରା ମୌଜାରେ ସ୍ଥାନୀୟ ଚାଷୀଙ୍କୁ ଚେକ ବଣ୍ଟନ ବେଳେ ଅଏଲ ଇଣ୍ଡିଆ ଲିମିଟେଡ଼ ଜେନେରାଲ ମ୍ୟାନେଜର ଡ଼ଃ ବି ଏନ ସାହୁ ଙ୍କ ସମେତ ଅଏଲ ଇଣ୍ଡିଆର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ମହଲପଡା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ