ଗୋପ ଓ ନାଗପୁରରେ ପୁଲିସର ଫ୍ଲାଗ୍ମାର୍ଚ୍ଚ
ଗୋପ (ଯୁଗାବ୍ଦ ନ୍ୟୁଜ୍): ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ନିମନ୍ତେ ଗୋପ ଥାନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶନିବାର ଗୋପ ଥାନାଧିକାରୀ ସୌମ୍ୟଚିତ ମିଶ୍ରଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ଓ ଅର୍ଦ୍ଧ ସାମରିକ ବାହିନୀର ଯବାନ ଗୋପ ବଜାର, ନାଗପୁର ବଜାର, ବେଗୁନିଆ ସମେତ ସମସ୍ତ ଜନଗହଳି ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ଥାନା ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଅଦ୍ୟାବଧି କୌଣସି ସ୍ଥାନରେ ହିଂସା ଘଟିନଥିବା ଥାନା ପକ୍ଷରୁ କୁହାଯାଇଛି ।


