ଗୋପ ଓ ନିମାପଡ଼ାରେ କଂଗ୍ରେସ ର ପ୍ରତିବାଦ ସଭା
ନିମାପଡ଼ା, (ସନ୍ତୋଷ ଦାଶ) :-ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଭିତରେ ପଶି ପୋଲିସ କଂଗ୍ରେସ କର୍ମୀ ଙ୍କୁ ଆକ୍ରମଣ ସହିତ କାର୍ଯ୍ୟାଳୟରେ ଭଙ୍ଗା ରୁଜା କରିବା ପ୍ରତିବାଦରେ ଆଜି ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗୋପ ଉପ ଡାକଘର ସମ୍ମୁଖରେ ପ୍ରତିବାଦ ସଭା ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ କର୍ମୀ ମାନେ ପ୍ରତିବାଦ ସଭକରି ଫେରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶରେ ହୋଇଥିବା ଏହି ପ୍ରତିବାଦ ସଭାରେ ବ୍ଲକ ସଭାପତି ଲକ୍ଷ୍ମୀଧର ପ୍ରଧାନ ,ପ୍ରମୋଦ ରାୟ , ପଞ୍ଚାନନ ପରିଡ଼ା, ଭାଗିରଥି ସେନାପତି, ବଳରାମ ଦାସ, କାଳ ନ୍ଦି ଚରଣ ବେହେରା, ଶତ୍ରୁଘ୍ନ ରାଉତ, ଅଶୋକ ପଣ୍ଡା ଆଲୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ନିମାପଡ଼ା ଠାରେ ବ୍ଲକ ସଭାପତି ବିଜୟ ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।