ଗୋପ ଗ୍ରାମରେ ମାଛ ଧରିବାକୁ ଯାଇ ସର୍ପାଘାତରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୋପ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସର୍ପାଘାତରେ ମୃତୁ୍ୟ ଘଟିଥିବା ସନେ୍ଦହ କରାଯାଉଛି । ଗ୍ରାମର ଧୁଶାସନ ପାତ୍ର(୪୨) ଗତକାଲି ରାତିରେ ମାଛ ଧରିବାକୁ ଯାଇଥିଲେ । ସେଠାରେ କଣ ଗୋଟେ ତାଙ୍କୁ କାମୁଡି ଦେଇଥିଲା । କିନ୍ତୁ ସେ ତାହାକୁ ଗୁରୁତ୍ୱ ନଦେଇ ଆସି ଘରେ ଶୋଇ ଯାଇଥିଲେ । କିନ୍ତୁ ସକାଳେ ଆଉ ଉଠି ନଥିଲେ । ଏହାଦେଖି ପରିବାର ଲୋକେ ତୁରନ୍ତ ଆମ୍ବୁଲାନସ ଡକାଇ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଳେ । ପରେ ଏନେଇ ନନ୍ଦିପଦା ପୁଲିସକୁ ସୁଚନା ଦେବାପରେ ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି । ମାଛ ଧରିବାକୁ ଯାଇଥିବା ସମୟରେ କୌଣସି ବିଷାକ୍ତ ସାପ କାମୁଡିଥିବା ପରିବାର ଲୋକେ ସନେ୍ଦହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ