ଗୋପ ନାରାୟଣ ଦାସଙ୍କ ବିୟୋଗରେ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ବିୟୋଗରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କମିଟିର ସାପ୍ତାହିକ ବୈଠକରେ ସଦସ୍ୟ ଓ କର୍ମକର୍ତ୍ତାମାନେ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ଜୀବନାଦର୍ଶ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ତାଙ୍କର ପ୍ରଚେଷ୍ଟାରୁ ବାଲେଶ୍ୱର ଭଳି ଏକ ଶିଳ୍ପବିହୀନ ଜିଲ୍ଲାକୁ ଶିଳ୍ପ ମାନଚିତ୍ରରେ ସ୍ଥାନୀତ ହୋଇପାରିଥିଲା ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ । ବାଲେଶ୍ୱରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବି ଓ ଆନ୍ଦୋଳନକୁ ସ୍ୱର୍ଗତ ଦାସ ଅକୁଣ୍ଠ ସମର୍ଥନ ଜଣାଇଥିଲେ । ତାଙ୍କ ବିୟୋଗ ବାଲେଶ୍ୱରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ବୈଠକରେ ସମସ୍ତେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନ ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମମତା ମହାପାତ୍ର ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପ୍ରଭାକର ସାହୁ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଦୀନବନ୍ଧୁ ଲେଙ୍କା, ଯଶୋଦା ନନ୍ଦନ ଆସ, ପ୍ରଫୁଲ୍ଲ ଦାସ, ଅକ୍ଷୟ ତ୍ରିପାଠୀ, ରମେଶ ଚନ୍ଦ୍ର ଜେନା ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ଡାକ୍ତର ଯଦୁନାଥ ମିଶ୍ର ଓ ଭାରତୀ ଦ୍ୱିଦେବୀ ଏବଂ ଆଜୀବନ ସଦସ୍ୟ ଡା. ଗୌରସାଧନ ମିଶ୍ରଙ୍କୁ ସ୍ୱାଗତ ଏହି ବୈଠକରେ ସ୍ୱାଗତ କରାଯାଇଥିଲା । ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।