ଗୋପ ପଞ୍ଚାୟତ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର
ଗୋପ, (ଗଣେଶ ଚନ୍ଦ୍ର ବେହେରା): ଗୋପ ଗ୍ରାମ ପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମାକୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତ ଗ୍ରାମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୋପ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ କରାଯାଇଛି। ଏହି କେନ୍ଦ୍ରକୁ ନିୟମିତ ସାନିଟାଇଜ କରାଯିବା ସହ ସରପଞ୍ଚ ଏହି କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ଯୁଗାର୍ଡ ବ୍ୟବସ୍ଥା, ୨୪ ଘଣ୍ଟା ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଇନଭୋଟର,ପରିମଳ ବ୍ୟବସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ହାଇଦ୍ରାବାଦରୁ ଆସିଥିବା ୭ ଜଣ ପ୍ରବାସୀ ମାନେ ଆସି ଅଛନ୍ତି। ତାଙ୍କୁ କ୍ୱାରାନଟାଇନ କେନ୍ଦ୍ର ରେ ରଖା ଯିବା ସହ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଏହି ଅବସରରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ଯବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ ପଞ୍ଚାୟତ ର ସମସ୍ତ ୱାର୍ଡ କୁ ସଫେଇ କାର୍ଯ୍ୟ ଜାରି ରହିଛି ବୋଲି ସରପଞ୍ଚ ସୁଶାନ୍ତ ସ୍ୱାଇଁ (ଟୁଲ ଭାଇ)ସୂଚନା ଦେଇଛନ୍ତି ।


