ଗୋପ ରେ ଷ୍ଟ୍ରିଟ ଲାଇଟ ଅଚଳ ହେତୁ ରାତ୍ରି ସମୟ ରେ ଅସାମାଜିକ ଯୁବକମାନେ ସକ୍ରୀୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୋପ ପଞ୍ଚାୟତ ର ୨୨ ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡ ରେ ଷ୍ଟ୍ରିଟ ଲାଇଟ ଗୁଡିକ ଅଚଳ ଅବସ୍ଥାରେ ମାସ ମାସ ଧାରି ଗାଁ ର ଗଳି ରାସ୍ତା ଠାରୁ ବଜାର ଉପରେ ଥୁବା ଲାଇଟ ଗୁଡିକ ଅନ୍ଧାର l ଗୋପ ପଞ୍ଚାୟତ ର କିଛି ୱାର୍ଡ ରେ ଲାଇଟ ଗୁଡିକ ଅଚଳ ଥିବାରୁ ମରାମତି ପାଇଁ ମାସ ପରେ ମାସ ବିତିଗଲାଣି ଅଥଚ ମରାମତି ହୋଇପାରିଲା ନାହିଁ l ଆଉ କେତେକ ସ୍ଥାନରେ ଲାଇଟ ଗୁଡିକ ଦିନ ଓ ରାତି ଜଳୁଥିବା ସ୍ଥଳେ ଗୋପ ବଜାର ରେ ଥିବା ଲାଇଟ ଗୁଡିକ ଅଚଳ ଅବସ୍ଥାରେ ପଡ଼ିରହିଛି l ଯାହାଫଳରେ କି ଅନ୍ଧାର ର ସୁଯୋଗର ଫାଇଦା ଉଠାଉଛନ୍ତି ରାତ୍ରୀ ଚୋର ଓ ଅସାମାଜିକ ଯୁବକମାନେ ଦୈନିକ ଚୋରୀ ରାହାଜାନି ଆଦି କାର୍ଯ୍ୟକଳାପ କ୍ରମଶଃ ବୃଦ୍ଧି ପାଉଛି l ଆସନ୍ତା ୧୮ ତାରିଖ ରୁ ଗୋପ ସାଗର ସ୍ନାନ ମେଳନ ବା ଗୋପ ଲୋକ ଉତ୍ସବ ଅନୁଷ୍ଠିତ ହେଵ l ଏହା ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଲୋକ ଉତ୍ସବ କୁ ଗୋପ ବ୍ଲକ ର ୩୧ ଗୋଟି ଗ୍ରାମପଞ୍ଚାୟତ ରୁ ଶତାଧିକ ଦୋଳ ଆସିବା ସହିତ ହଜାର ହଜାର ସଂଖ୍ୟାରେ ବ୍ୟକ୍ତି ମାନେ ବୁଲା ବୁଲି କରିବା ପାଇଁ ଆସିଥାନ୍ତି l ଏହା ସାତଦିନ ବ୍ୟାପି ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ପୂର୍ବ ବର୍ଷ ମାନଙ୍କ ଠାରୁ ଅଧିକ ଯାକଜମକ ରେ ପାଳିତ କରାଯିବ ବୋଲି ଅନୁଷ୍ଠାନ ର ପୂର୍ବପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆଯାଇଛି l କିନ୍ତୁ ଗାଁ ରାସ୍ତା ଠାରୁ ବଜାର ରେ ଥିବା ଅଚଳ ଷ୍ଟ୍ରିଟ ଲାଇଟ ଗୁଡିକ ମରାମତି ହୋଇପାରିଲା ନାହିଁ କି ପାନୀୟ ଜଳର ବ୍ୟବସ୍ତା ମଧ୍ୟ ହୋଇପାରିଲାନାହିଁ l ଏଣୁ ସାଧାରଣ ରେ ଦାବୀ ହେଉଛି କି ଗୋପ ଲୋକ ଉତ୍ସବ କୁ ଆଖିଆଗରେ ରଖି ତୁରନ୍ତ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଉ l ନଚେତ ପରବର୍ତ୍ତୀ ସମୟରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହିଁ ଦାୟୀ ରହିଁବେ ବୋଲି ଗୋପ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ