ଗୋପ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ମନଇଛା ଅନୁପସ୍ଥିତିକୁ ନେଇ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଆଠଟି ଶ୍ରେଣୀ ଥିବାବେଳେ ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଅଛନ୍ତି । କିନ୍ତୁ ଗତ ମାସେ ହେଲା ପାଳିକରି ଶିକ୍ଷକ ଶିକ୍ଷତ୍ରୀ ମାନେ ସ୍କୁଲ ଆସୁଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ଏକ ପ୍ରକାର ଠପ ହୋଇଯାଇଛି । ଏପାିକି କିଛି ଶିକ୍ଷକ ଶିକ୍ଷୟତ୍ରୀ ଦିନ ୧୧ଟା ବେଳେ ପହଞ୍ଚି ଦିନ ୨ଟା ସୁଧା ସ୍କୁଲ ଛାଡି ପଳାଉଛନ୍ତି ତ ଆଉ କିଏ ମୋବାଇଲ ଧରି ଦିନସାରା ଗପିଗପି ଘରକୁ ଫେରୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଆଜି ବିଦ୍ୟାଳୟକୁ ମାତ୍ର ଜଣେ ଶିକ୍ଷୟତ୍ରୀ ଆସିଥିବାବେଳେ ଆଉ ୪ଜଣ ଅନୁପସ୍ଥିତ ରହିଥିଲେ । ଏନେଇ ବିଦ୍ୟାଳୟ କମିଟିର ସଭାପତି ମନୋଜ ବେହେରା, ୱାର୍ଡସଭ୍ୟା ସଂଯୁକ୍ତା ସେଠୀ, ଦିପ୍ତୀରଞନ ବାରିକ, ଚନ୍ଦ୍ରମଣି ଜେନା, ପଞ୍ଚାନନ ଜେନା, ଘନଶ୍ୟାମ ମହାନ୍ତି, ମିନାକ୍ଷୀ ଜେନା, ବସୁମତି ବେହେରା, ବାସନ୍ତୀ ଘୋଷ, ଲିଲି ସେଠୀଙ୍କ ସମେତ ବହୁ ଅଭିଭାବକ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ସେମାନଙ୍କ କହିବାକଥା ଯେ ଶିକ୍ଷକ ଶିକ୍ଷତ୍ରୀମାନେ ପାଳିକରି ସ୍କୁଲ ଆସୁଥିବାରୁ ପାଠପଢ଼ାରେ ସମ୍ପୁର୍ଣ୍ଣ ବ୍ୟାଘାତ ଘଟୁଛି । ପିଲାମାନେ ସ୍କୁଲକୁ ଆସି ପାଠ ନପଢ଼ି ଝଗଡାଝାଟି ଲାଗିବା ସହ ବାହାରେ ବୁଲୁଛନ୍ତି । ଏନେଇ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେ କିଛି ବୁଝୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବିଶ୍ୱବନ୍ଦନା ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁମାନେ ସ୍କୁଲ ଆସୁ ନାହାନ୍ତି ମୁଁ ତାଙ୍କର ଉପସ୍ଥାନ ରେ ଅନୁପସ୍ଥିତି ବୋଲି ପକାଉଛି । ଆଜି ୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିନାନୁମତିରେ ଅନୁପସ୍ଥିତ ରହିବାରୁ ମୁଁ ବିଇଓଙ୍କୁ ଏବାବଦରେ ଜଣାଇ ଦେଇଛି । ସେ ଯାହା ପଦକ୍ଷେପ ନେବେ । ଏ ସମ୍ପର୍କରେ ବ୍ଲକ ଶିକ୍ଷାଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ଅଭିଯୋଗ ପାଇବାପରେ ତୁରନ୍ତ କାରଣ ଦର୍ଶାଅ ନୋଟିସ ଦିଆଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆଜି ଖାଲି ଏହି ସ୍କୁଲ ନୁହଁ ଅଧିକାଶଂ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅନୁପସ୍ଥିତ ରହିଥିଲେବି କର୍ତ୍ତୁପକ୍ଷଙ୍କ ନିକଯରେ ଏନେି କୌଣସି ସୁଚନା ନଥିଲା ।


