ଗୋବରରୁ ନିର୍ମାଣ ହେବ ସୁଗନ୍ଧ କସମେଟିକ୍ସ ସାମଗ୍ରୀ
ବୁଗୁଡା,(ଅନିଲ କୁମାର ମହାରଣା) : ବର୍ତ୍ତମାନ ଦେଶର ବଜାରରେ ବିକ୍ରି ହେଉଥିବା କସମେଟିକସ ସାମଗ୍ରୀ ଗୁଡିକରେ ମାରାତ୍ମକ ରାସାୟନିକ ଟକ୍ସିକଅକ୍ସିନାଲ, ପିଇଜି, କୋଲଟା, ଅକ୍ସିବେଞ୍ଜୋନେ, ବେଞ୍ଜୋଫେନୋ, ନାରକୋଟିକ୍ସ ବ୍ୟବହାର ହେଇଥିବା ଯୋଗୁଁ ବିଭିନ୍ନ ରୋଗ ସୃଷ୍ଟି ହେଉଥିବା ଜଣାପଡ଼ିଛି। ରାସାୟନିକ ପଦାର୍ଥ ବ୍ୟବହାରରୁ ମୁକ୍ତିପାଇଁ ପଞ୍ଚଗବ୍ୟ ପ୍ରାସାଧନିକ ପଦାର୍ଥ ବ୍ୟବହାରର ଆବଶ୍ୟକତା ଅନୁଭବ କରି ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ମନ୍ତ୍ରଣାଳୟ ଅଧିନସ୍ଥ ମହତ୍ମା ଗାନ୍ଧୀ ଗ୍ରାମୀଣ ଔଧିଗୀକରଣ ସଂସ୍ଥାନ, ୱାର୍ଦ୍ଧା, ମହାରାଷ୍ଟ୍ର ଠାରେ ରେଣ୍ଟି ଯୋଜନା ଅନ୍ତର୍ଗତରେ ଘୁମୁସରୀ ଗୋପାଳକଙ୍କୁ ଗୋବର ଓ ଗୋମୁତ୍ରରୁ ପଞ୍ଚଗବ୍ୟ ପ୍ରାସାଧନି ପାଇଁ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପଞ୍ଚଗବ୍ୟରୁ ସାବୁନ, ଗୋନାଇଲ, ହେୟାର ଅୟେଲ, ମଶା ଧୂପ, ଅଗରବତୀ, ଡେଣ୍ଡ୍ରଫ, ଫେସ ପ୍ଯାକ, ଶ୍ଯାମ୍ପୂ , ହ୍ୟାଣ୍ଡ ୱାସ, ଲାଲ ଓ କଳା ଦନ୍ତମଞ୍ଜନ, ଦୀପ ଓ ଗୋବରରୁ ବିଭିନ୍ନ ସାମଗ୍ରୀ ଉପରେ ଏମଗିରିର ସାଧନ କର୍ମୀ ଭାବେ ଡ଼ଃ ଜୟ କିଶୋର ଛାଗନୀ ଓ ପ୍ରଶିକ୍ଷକ ଭାବେ ପାୟଲ କାଥଲେ ତାଲିମ ପ୍ରଦାନ କରିଥିଲେ। ପରିଦର୍ଶନ କ୍ଷେତ୍ର ଭାବେ ନାଗପୁର ନିକଟସ୍ଥ ଦେଓଲପାରସ୍ଥିତ ଭାରତ ଗୋ-ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର (ଭାରତର ସର୍ବଶ୍ରେଷ୍ଠ ଗୋଶାଳାରେ ଆୟୁର୍ବେଦ ମେଡିସିନ ପ୍ରସ୍ତୁତି କେନ୍ଦ୍ର)ର ନିତିନ ମାଇତବ ଓ ମହେଶ ଚୋଲା ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ପ୍ରଚୁର ପରିମାଣ ଗୋବର ନଷ୍ଟ ହେବା, ଗୋମୁତ୍ର ଅପଚୟ ଓ କ୍ଷୀରର ବଜାରିକରଣ ଅଭାବ ଦୂରୀକରଣ ନିମିତ ଏ ପ୍ରଶିକ୍ଷଣରୁ ଶିଖିଥିବା ସାମଗ୍ରୀରୁ ଓ ଗୋବରର ଉପଯୁକ୍ତ ବ୍ୟବହାର ଓ ଗୋମୁତ୍ର ନଷ୍ଟକୁ ପ୍ରତିରୋଧ ନିମିତ ଭଞ୍ଜନଗର ଉପଖଣ୍ଡର ଅଞ୍ଚଳରେ ଯୁବକଯୁବତୀ ବ୍ୟାପକ ପରିମାଣରେ ଆର୍ଥିକ ଆତ୍ମାନିର୍ଭର ସହ ଆତ୍ମନିଯୁକ୍ତି ସୃଷ୍ଟି କରି ଗୋପାଳକର ଆୟ ଦୁଇଗୁଣ ହୋଇପାରିବ I ସଚେତନତା ଅଭାବ ହେତୁ ୯୦ଭାଗ ଲୋକ ଏହି ରାସାୟନି କକସମେଟିକ ପଦାର୍ଥ ବ୍ୟବହାର ଦ୍ଵାରା କର୍କଟ, ହୃଦ, ସ୍ନାୟୁ, ହରମାନ ଜନିତ ମାରାତ୍ମକ ରୋଗ ଦ୍ୱାରା ଆକ୍ରାନ୍ତ ସହ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଏହାର ଗମ୍ଭୀରତାକୁ ନଜର ରଖି ଘୁମୁସରୀ ଗୋପାଳ ସମିତି ବିଷମୁକ୍ତ ସମାଜପାଇଁ ଘୁମୁସରୀ ପଞ୍ଚଗବ୍ୟ ଗୋଗ୍ରାମ, ଗୋଶାଳା ଓ ଗୋ-ଅଭୟାରଣ୍ୟ ସୃଷ୍ଟି କରିବା ସହ ଅଞ୍ଚଳରୁ ଗୋବର ଗୋମୁତ୍ର କିଣି ବିଭିନ୍ନ ଘରୋଇ ପ୍ରାସମନିକ ସାମଗ୍ରିକ କରିବା ଘୁମୁସରୀ ଗୋପାଳ ସମିତି ପ୍ରମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି I ଜିଲ୍ଲାରୁ ଶ୍ରୀ ସାହୁଙ୍କ ନେତୃତ୍ଵରେ ପ୍ରଫୁଲ ବିଷୋୟୀ, ଲୀନା ଗୌଡ, ସୁଦାମ ଡାକୁଆ, ଗୀତାଞ୍ଜଳି ମଳିକ, ଳସିବାନ ମଳିକ ଆଦି ଗୋପାଳକ ପ୍ରଶିକ୍ଷଣ ଗ୍ରହଣ କରି ନାଗପୁରରୁ ଓଡିଶା ଫେରିଛନ୍ତି I


