ଗୋବରାରେ ବିଜୁ ଯୁବବାହିନି ତରଫରୁ ରକ୍ଷକ କାର୍ଯ୍ୟକ୍ରମ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍):ଗୋବରା ଗ୍ରାମପଂଚାୟତ ଯୁବବାହିନୀ ସଂପାଦକ ନେତୃତ୍ୱରେ ରକ୍ଷକ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ଷକ କାର୍ଯ୍ୟକ୍ରମରେ ଯୁବବାହିନୀର ସଦସ୍ୟମାନେ ଗୋବରା ମୁଖ୍ୟ ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଗାଡି ଚଳାଇବା ସମୟରେ ଲାଇସେନ୍ସ ସହ ହେଲମେଟ୍ ପିନ୍ଧିବା ,ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧି ଗତି କରିବା ଆଦି ଯାତ୍ରୀ ମାନଙ୍କୁ ପତ୍ର ମାଧ୍ୟମରେ ସଚେତନ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବ୍ୟସାଚୀ ନାୟକ, ରବିନ୍ଦ୍ର ଡାକ୍ୁଆ ,ଯୋଗିନ୍ଦ୍ର କୁମାର ସେଠୀ ,ରାଜେଶ ରାଉତ ,ରବିନ୍ଦ୍ର କୁମାର ନାୟକ,ଗୈାରହରି ଗୈାଡ,ଜୀବନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।