ଗୋବରା ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଶାନ୍ତିହୋମ ଓ ପୂଜାପାଠ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗ୍ରାମ ଠାରେ ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ଗନ୍ଧର୍ବ ପାତ୍ରଙ୍କ ନେତୃତ୍ୱରେ ଶାନ୍ତି ହୋମ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା I ମୁଖ୍ୟ ପୂଜକ ଭାବେ ଗ୍ରାମ ପୁରୋହିତ ତପନ କୁମାର ଶତପଥୀ ଯୋଗ ଦେଇ ହୋମ କରାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପରିଚାଳନା କମିଟି ତ୍ରୀନାଥ ଗୌଡ, ରାମଚନ୍ଦ୍ର ପାତ୍ର, ଫ୍ରଫୁଲ୍ଲ ଜେନା, ସୁଦର୍ଶନ ସାହୁ, ପ୍ରଦୀପ ସ୍ୱାଇଁଙ୍କ ସମେତ ଶିବରାମ ରାଉତ,ଖଦାଳ ଗୌଡ଼, ଧୋବା ଗୌଡ, ପ୍ରଶାନ୍ତ କୁମାର ରାଜୁ, ଯୁବକ କୁମାର ଗୌଡ, ଶମ୍ଭୁନାଥ ଗୌଡ, ସିଭିଆ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ I ସନ୍ଧ୍ୟାରେ ବାଲ୍ୟଲୀଳା କ୍ଷୀରୀ କରାଯାଇ ସମସ୍ତ ଶିଶୁଙ୍କୁ ପ୍ରସାଦ ଦିଆଯାଇଥିଲା I ଶେଷରେ କୀର୍ତନ ମଣ୍ଡଳୀର ବାର୍ଷିକ ହିସାବ କରାଯାଇ ବଳକା 50000 ଟଙ୍କାକୁ ଗ୍ରାମ ଡ଼ାକ ଘରେ ଜମା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ