ସାହିତ୍ୟ ଘର ତରଫରୁ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ବୃକ୍ଷରୋପଣ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗୋବରା ସାହିତ୍ୟ  ଘର ତରଫରୁ ଘୁମୁସର ମାଟିର ବରପୁତ୍ର ତଥା ଗୋବରା ସମ୍ବାଦ ସାହିତ୍ୟ ଘରର ସ୍ରଷ୍ଟା ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ବିଶ୍ଵ ଭାରତୀ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅମୂଲ୍ୟ ଭାଇ ସ୍ମୃତି କମିଟି ଅନୁଷ୍ଠାନ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ,ଆସ୍କା ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠI ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଗୋବରା ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡକ୍ଟର ରତ୍ନ ସାଗର ମଳିକ, ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଝାଡବନ୍ଧ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ପି କେ ମହିଳା ମହା ବିଦ୍ୟାଳୟର ଅଢଖ୍ଯା ମାମା ପରିଡ଼ା, କମିଟି ସଦସ୍ୟ ଗୌର ହରି ପରିଡ଼ା, ସୁରେନ୍ଦ୍ର କୁମାର ଦାସ, ରାମ ଚନ୍ଦ୍ର ମହାନ୍ତି, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼,ପ୍ରେସ କ୍ଲବ ଉପଦେଷ୍ଟା ସୁଶାନ୍ତ ବେହେରା , କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ , ଚିନ୍ମୟ ପୋଲାଇ, ପ୍ରତାପ ଚନ୍ଦ୍ର ପରିଡ଼ା,ବାବୁ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅମିତ ନାୟକ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଦାସଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅନୁଷ୍ଠାନ ପରିସରରେ ୫୧ ଟି ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ I କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବ ସଭାପତି
ପ୍ରଦ୍ୟୂମ୍ନ ପାତ୍ର, ସାହିତ୍ୟ ଘର ସମ୍ପାଦକ ଡକ୍ଟର ରତ୍ନ ସାଗର ମଳିକ ଏବଂ ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ପରିଚାଳନା କରିଥିବା ବେଳେ ବିଶ୍ଵ ଭାରତୀ ଅନୁଷ୍ଠାନର ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ Iସେହିପରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଗଠନ ତରଫରୁ ଉପସଭାପତି ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ଵାଳ, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ଅନ୍ୟତମ ଉପସଭାପତି ଶିଶିର କୁମାର ସ୍ଵାଇଁ, ଦୁଇ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଏବଂ ଚିନ୍ମୟ ପୋଲାଇ, ସଦସ୍ୟ ଅରୁଣ କୁମାର ସେଠୀ, ସୁରେନ୍ଦ୍ର କୁମାର ଦାସ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ Iସେହିପରି ସ୍ଵର୍ଗତ ଦାସଙ୍କ ଗ୍ରାମ ବିରିପୁର ଠାରେ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଗ୍ରାମର ନଦୀ ହିଡରେ ବୃକ୍ଷରୋପଣ କରାଯାଇଥିଲା I.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ