ଗୋବରୀ ଘାଟନାଳ ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସହରର ନୂଆବସଷ୍ଟାଣ୍ଡ ନିକଟରେ ଗୋବରୀ ଘାଟନାଳର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଜଗତପୁର -ଚାନ୍ଦବାଲି ରାସ୍ତାର ୪୯/୧୬୦ କିଲୋମିଟର ଠାରୁ ୫୪/୯୦୨କିଲୋମିଟର ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ ,ମଧ୍ୟବର୍ତ୍ତୀ ସ୍ଥାନ ତଥା ସହରାଚଂଳରେ ସର୍ବସାଧାରଣ ଯାତାୟତ ସୁବିଧା ନିମନ୍ତେ ଉଜ୍ଜ୍ୱଳ ଆଲୋକିକରଣ ବ୍ୟବସ୍ଥାର ଶୁଭ ଉଦଘାଟନ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗୋବରୀ ଘାଟନାଳର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଦୁହୁରିଆ ନିକଟରେ ଉଜ୍ଜ୍ୱଳ ଆଲୋକିକରଣ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଜଗତପୁର – ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରୁ ଗରାପୁର ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଏବଂ ମଧ୍ୟବର୍ତ୍ତୀ ସ୍ଥାନ ଗୁଡିକରେ ଷ୍ଟ୍ରିଟଲାଇଟ ଲଗାଯାଇଛି । କେନ୍ଦ୍ରାପଡା ଜଳନିକାସ ବିଭାଜନ ପକ୍ଷରୁ ଗୋବରୀ ଘାଟନାଳର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ୫କୋଟି ୭୭ଲକ୍ଷ ୯୩ହଜାର ବ୍ୟୟ ଅଟକଳ ରହିଥିବା ସୂଚନା ଦିଆଯାଇଛି । ସେହିଭଳି କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ ପକ୍ଷରୁ ଦୁହୁରିଆ ଠାରୁ ଗରାପୁର ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉଜ୍ଜ୍ୱଳ ଆଲୋକିକରଣ ବ୍ୟବସ୍ଥା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ୧କୋଟି ୫୦ଲକ୍ଷ ୬୬ହଜାର ୫୦୬ଟଙ୍କାର ବ୍ୟୟ ଅଟକଳରେ ମେସର୍ସ ସଂସ୍କୃତି ଆସୋସିଏଟସ ପ୍ରାଇଭେଟ ଲିମିଟେଡ ଠିକାଦାରୀ ନେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହି ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ପୈାରପାଳ ରୋସ୍ôନା ସାହୁ, ଧିରେନ ସାହୁ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, କାଳିପ୍ରସାଦ ମିଶ୍ର, ମଙ୍ଗଳବରଣ ସିଂ, ଦୁର୍ଗା ପ୍ରସାଦ ପତି, ଆଲୋକ ସାହୁ, ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, ଶିବ ପ୍ରସାଦ ଭଳ, ନାରାୟଣ ସାହୁ, ପ୍ରକାଶ ପରିଡା, ବିଜୟ ପତି, ପ୍ରଦୀପ୍ତ ମହାନ୍ତି, ସେକ ଚନ୍ଦନ, ସେକ ମତୁ, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ