ଗୋବର୍ଦ୍ଧନ ଦାସ ହାତ ଛାଡିଲା ପରେ ଜୁନାଗଡ଼ ପାଇଁ ଅଦରକାରୀ ନେତା

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଏକ ଟାଣୁଆ ଯୁବ ଚେହେରା ଥିଲେ ଗୋବର୍ଦ୍ଧନ ଦାସ ୨୦୦୯ ନିର୍ବାଚନରେ ବିଜେଡି ବିଜେପି ବିଭାଜନ ପରେ ବିଜେଡି ସରକାର ରେ ଆସିଥିଲା ହେଲେ କଳାହାଣ୍ଡିରେ ବିଜେଡି ଗୋଟିଏ ଧର୍ମଗଡ଼ ସିଟରେ ପୁଷ୍ପେନ୍ଦୁ ସିଂଦେଓ ବିଜୟୀ ହୋଇଥିଲା ବେଳେ ଭକ୍ତ ଦାସଙ୍କ ନେତୃତ୍ୱ ରେ ବାକି ସବୁ ସିଟ କଂଗ୍ରେସକୁ ଯାଇଥିଲା ସେହି ସମୟରେ ଗୋବର୍ଦ୍ଧନ ଦାସ ଜୁନାଗଡ଼ ରୁ ୪୫୩୪୯ ଭୋଟ ପାଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ,ଗୋବର୍ଦ୍ଧନ ଦାସ ତାଙ୍କ କେରିୟାର କଂଗ୍ରେସ ଯୁବ ନେତା ହୋଇ ଆରମ୍ଭ କରିଥିଲେ ୨୦୦୨ ମସିହାରୁ ୨୦୦୮ ଜିଲ୍ଲା ଯୁବ କଂଗ୍ରେସର ସଭାପତି ହିସାବରେ କାମ କଲେ ତାଙ୍କ ଯୁବ ନେତୃତ୍ୱକୁ ନେଇ କଂଗ୍ରେସ ବିଶ୍ୱାସ କରି ୨୦୦୯ରେ ଜୁନାଗଡ଼ ନିର୍ବାଚନରେ ବିଧାୟକ ଟିକିଟ ଦେଇଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ ପରେ ତାଙ୍କ ସଂଗଠନର ଦକ୍ଷତା ଦେଖି ହାଇକମାଣ୍ଡ ୨୦୧୫ରେ ତାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ଘୋଷଣା କରିଥିଲେ, ସେ କଳାହାଣ୍ଡିର ବହୁଚର୍ଚିତ ଦାନ ମାଝୀ ଘଟଣାରେ ମଧ୍ୟ ଭକ୍ତ ଦାସଙ୍କ ସହ ରହି ପଦ ଯାତ୍ରା କୁ ସଫଳ କରିଥିଲେ, ପରବର୍ତୀ ସମୟ ରେ ଥିରେ ଥିରେ କଂଗ୍ରେସ କଳାହାଣ୍ଡି ରେ ଦୁର୍ବଳ ହୋଇପଡ଼ିଲା ଏହି ସମୟ ରେ ୨୦୧୯ ନିର୍ବାଚନ ରେ ଗୋବର୍ଦ୍ଧନ ଦାସ କଂଗ୍ରେସ ଟିକିଟ ରୁ ବାଦ ପଡିଲେ ଏବଂ ୨୦୧୯ ଏପ୍ରିଲ ନିର୍ବାଚନ ସମୟ ରେ ଦାସ କଂଗ୍ରେସ କୁ ବାଏ ବାଏ କରି ମିଶିଲେ ବିଜେଡି ଦଳ ରେ ହେଲେ ବିଜେଡି ରେ ତାଙ୍କୁ ଆଜି ପର୍ଯ୍ୟନ୍ତ କିଛି ସେମିତି ଖାସ ଦାଇତ୍ୱ ମିଳିପାରିନାହିଁ ଏହା ନେଇ ବହୁବାର ସେ ମିଡିଆରେ ଦଳ ଭିତର ଗୋଷ୍ଠି କଂଦଳ କୁ ଆଣିବାକୁ ଚେଷ୍ଟା କଲେ ବି ବାହୁବଳୀ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ଙ୍କ ଚାପରେ ରେ ଚାପି ହୋଇଥିବା ଚର୍ଚ୍ଚା ର ବିଷୟ ପାଲଟିଛି କିଛି ଦିନ ପୂର୍ବର କଳାହାଣ୍ଡି ବିଜେଡି ର ଜିଲ୍ଲା ସଭାପତି ପାଇଁ ମଧ୍ୟ ପୁଷ୍ପେନ୍ଦୁ ଓ ଦିବ୍ୟ ଶଙ୍କର ଙ୍କ ଗୋଷ୍ଠି ମଧ୍ୟ ରେ କନ୍ଦଲ ଦେଖାଯାଇଥିଲା ବେଳେ ମଧ୍ୟ ଗୋବର୍ଦ୍ଧନ ଦାସ ଙ୍କ ନବୀନ ନିବାସ ର ଏକ ଫୋଟୋ ବହୁତ ଚର୍ଚ୍ଚା କୁ ଆସିଥିଲା | ହେଲେ ଗୋବର୍ଦ୍ଧନ ଦାସ ଙ୍କ ରାଜନୀତି ଗୁରୁ ଭକ୍ତ ଚରଣ ଦାସ ବର୍ତମାନ କଂଗ୍ରେସ ର ପିସିସି ସଭାପତି ତ ଶ୍ରୀ ଦାସ କଂଗ୍ରେସ କୁ ଫେଇବେ ନାଁ ବର୍ତମାନ ର ବିଜେପି ସରକାର ଆଡକୁ ଯିବେ ତାହା ସମୟ କହିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ