ଗୋବର ଘସି ଧୂଆଁରେ ଅଣ ନି଼ଶ୍ବାସ ହୋଇ ଦୁଇ ବଳଦ ଓ ଦୁଇ ଗାଈ ମୃତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଚାଷୀ ହସିଲେ ଦେଶ ହସିବ! ଚାଷୀ କାନ୍ଦିଲେ ଦେଶ କାନ୍ଦିବ। ଏଭଳି ଏକ ଲୋମ ଟାଙ୍କୁରା ଅଭାବନୀୟ ଘଟଣା ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମରେ ଶନିବାର ରାତି ପାଖାପାଖି ଆଠଟା ସମୟରେ ଘଟିଥିଲା ।ଗଢ ଗ୍ରାମର ଗରିବ ଚାଷୀ ମନ ମହାନ୍ତ ଶନିବାର ରାତିରେ ଗୁହାଳ ଘରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଇଥିଲେ ।ପରେ ମଶା ପ୍ରବଳ ହେଉଥିବାରୁ ମଶା କାମୁଡାରୁ ଗୋରଙ୍କୁ ରକ୍ଷା କରିବାକୁ ଯାଇ ଶୁଖିଲା ଗୋବର ଘଷି ଧୂଆଁ ଦେଇ ଗୁହାଳ କବାଟ ଦେଇ ନିଜ ଘରକୁ ପଳାଇଥିଲେ ।ଶୁଖିଲା ଗୋବର ହୁତୁ ହୁତୁ ହୋଇ ନିଆଁ ଲାଗି ଗୁହାଳ ଘର ଧୂଆଁମୟ ହୋଇ ଯାଇଥିଲା ।ଘର ଭିତରୁ ଧୁଆଁ ବାହାରକୁ ଯିବାପାଇଁ କୌଣସି ବ୍ୟବସ୍ଥା ନ ଥିଲା ।ଫଳରେ ପ୍ରବଳ ଧୁଆଁ ଯୋଗୁଁ ଗୋରୁ ଗୁଡିକ ଆକଚା ମକଚା ହୋଇ ଛଟପଟ ହୋଇ ଶବ୍ଦ କରୁଥିଲେ ।ଶବ୍ଦ ଶୁଣି ଘର ମାଲିକ ଵିଚରା ମନ ,ତା ପରିବାର ଲୋକେ ଏବଂ ସାହି ପଡିଶା ଆସି ଗୁହାଳ ଘର ଖୋଲି ଗୋରୁଗୁଡିକୁ ରକ୍ଷା କଲାବେଳକୁ ସମସ୍ତ ପ୍ରଚେଷ୍ଟା ବିଫଳ ହୋଇ ଯାଇଥିଲା ।ଦୁଇଟି ହଳୁଆ ବଳଦ ଏବଂ ଦୁଇଟି ଗାଈ ଛଟପଟ ହୋଇ ମରି ଯାଇଥିଲେ ।ଘର ଲୋକଙ୍କର କାନ୍ଦ ବୋବାଳିରେ ଏକ ଭାବମୟ ପରିବେଶ ହୋଇଥିଲା ।ରବିବାର ଦିନ ସକାଳୁ ମୟୂରଭଂଜ ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ,ମୟୂରଭଂଜ ସଦର ଛାତ୍ର ବିଜେଡି ସଭାପତି ବିକାଶ ମହାନ୍ତ,ରାଇରଙ୍ଗପୁର ନଗର ବିଜେଡି ଯୁବ ନେତା ଦିପ୍ତୀମାନ ବଳ(ପିଙ୍କୁ),ସଦର ବିଜେଡି ଯୁବ ନେତା ଗଣେଶ ମିଶ୍ର,ଦୀପକ ମିଶ୍ର, ପ୍ରମୁଖ ମନ ମହାନ୍ତ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।ପରେ ପରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ବିଜେପି ରାଜ୍ୟ ସଂପାଦକ ନବିନ ରାମ ପ୍ରମୁଖ ଚାଷୀ ମନ ମହାନ୍ତଙ୍କ ଘରେ ପହଞ୍ଚି ସେମାନଙ୍କ ଦୁଖରେ ସହଭାଗୀ ହୋଇଥିଲେ । ଉଭୟ ରାଜନୈତିକ ଦଳ ପ୍ରଶାସନ ସହିତ ଆଲୋଚନା କରି ସରକାରୀ ଗାଇଡ ଲାଇନ ଅନୁସାରେ କିଭଳି ତୁରନ୍ତ କ୍ଷତିପୂରଣ ମିଳିପାରିବ ଆଲୋଚନା କରିଥିଲେ ।ଗୋଟାଏ ପକ୍ଷରେ କରୋନା ମହାମାରୀ କିଳିକିଳାଉ ଥିବାବେଳେ ଅନ୍ୟଯପକ୍ଷରେ ଚାଷ ସମୟରେ ଚାଷୀର ଗୋସଂପଦ ଅକାଳରେ ନଷ୍ଟ ହୋଇଯାଇଥିଲା ।ଆଗକୁ ଧାନଚାଷ ଏବଂରୁଆରୋଇ କେମିତି ଚାଷ କଖମକୁ ଆଗେଇ ନେବେ । ପାଖରେ ପଇସାପତ୍ର ନାହିଁ । କରୋନା କଟକଣା ଯୋଗୁ଼ଁ ଦିର୍ଘ ୫ମାସରୁ ଉର୍ଦ୍ଦ ହେଲା ଘରେ ବସି ବସି ସଵୁ ପଇସା ସରିଗଲାଣି । ଅଭାବି ଘାରିଛି ।କେଉଁଠୁ ଅର୍ଥ ଯୋଗାଡ କରିବ ବଳଦ କିଣିବ ଆଉ ଚାଷ କରିବ ।ମନ ଆଉ ତା’ ସ୍ତ୍ରୀ କାନ୍ଦି କାନ୍ଦି ଚେତା ବୁଡି ଯାଉଛି ।ସରକାର ଶିଘ୍ର ବଳଦ ଆଉ ଗାଈର କ୍ଷତିପୂରଣ ସହାୟତା ରାଶି ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।