ଗୋବା ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମର ବନ୍ୟା ଆଶ୍ରୟସ୍ଥଳୀ ଠାରେ ଗ୍ରାମ୍ୟ କମିଟିର ସଭାପତି ଜଗନ୍ନାଥ ସୂରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲର ଡାକ୍ତର ସୁନିଲ ଜୟସୱାଲ୍‌, ଡାକ୍ତର ସୌରଭ ମିଶ୍ର, ଡାକ୍ତର ସୁବାଶିଷ ଦାଶ, ଡାକ୍ତର ସିଦ୍ଧାର୍ଥ ପାତ୍ର, ଡାକ୍ତର ସୌମ୍ୟରଞ୍ଜନ ମାଝୀ, ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ବିଶେଷଜ୍ଞମାନେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ସରପଞ୍ଚ ଶରତ ଖୁଣ୍ଟିଆ, ମୋଚିରାମ ସାହୁ, ଛାତ୍ର ବିଜେଡି ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡା, ପବିତ୍ର ସାହୁ ଓ ସପନ ନାହାକ ପ୍ରମୁଖ ଯୋଗଦେଇଥିବା ବେଳେ ଯୁବନେତା ରିଲୁ ସୂର ଓ ରାଉଳ କୁମାର ସୁରଙ୍କ ସମେତ ବହୁଗ୍ରାମବାସୀ ଓ ଆପୋଲ ହସ୍ପିଟାଲର ମ୍ୟାନଜର ସୁବାସ ଚନ୍ଦ୍ର ପତି, ଅଶୋକ କୁମାର ଜେନା ଓ ରାମକିଷନ୍ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ