ଗୋବିନ୍ଦଙ୍କ ସହ ଭକ୍ତ ଶୁଣିଲେ ଏ ବର୍ଷର ନୂଆ ପଞ୍ଜିକା

ନିମାପଡ଼ା, (ସନ୍ତୋଷ ଦାଶ):ସୋମବାର ଥିଲା ପବିତ୍ର ଦୋଳ ପୁର୍ଣିମା ବା ଫଗୁଣ ପୁର୍ଣିମା। ପାରମ୍ପରିକ ପ୍ରଥା ଅନୁସାରେ ବିଭିନ୍ନ ଗାଁ ଓ ମନ୍ଦିରର ଦୋଳ ବେଦୀ ଠାରେ ବିମାନରେ ବସିଥିବା ଦୋଳ ଗୋବିନ୍ଦ ଙ୍କ ସମ୍ମୁଖରେ ଚଳିତବର୍ଷର (ପାଞ୍ଜି) ପଞ୍ଜିକା ପାଠ କରାଯାଇଥିଲା। ଏହି ନୂଆ ପଞ୍ଜିକା ( ପାଞ୍ଜି) ଗୋବିନ୍ଦଙ୍କ ସହିତ ସେଠାରେ ଉପସ୍ଥିତ ଭକ୍ତ ମାନେ ମଧ୍ୟ ବର୍ଷର ଭଲ ମନ୍ଦ, ପ୍ରାକୃତିକ ଦୁର୍ବିପାକ, ବିବାହ ବ୍ରତ, ଶୁଭ ଅଶୁଭ ଦିନ ସମ୍ପର୍କରେ ଜାଣି ପାରିଥିଲେ। ଏଥିପାଇଁ ବିଭିନ୍ନ ମନ୍ଦିର, ମଠ, ଦୋଳବେଦୀ ନିକଟରେ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ନୂଆ ପଞ୍ଜିକା (ପାଞ୍ଜି) ଆସନ୍ତା ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ରୁ ପ୍ରଚଳିତ ହେବ ବୋଲି କହିଛନ୍ତି ନୟାହାଟ ନରସିଂହପୁର ମାଧବାନନ୍ଦ ଠାକୁର ଙ୍କ ପୂଜକ ତ୍ରିଲୋଚନ ପାଢ଼ୀ। ଶ୍ରୀ ପାଢ଼ୀ ନୂତନ ପାଞ୍ଜି ପାଠ କରିବା ସମୟ ରେ ଚନ୍ଦ୍ରଶେଖର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରମେଶ ଚନ୍ଦ୍ର ପାଢ଼ୀ, ଭଗବାନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ପାଞ୍ଜି (ପଞ୍ଜିକା) ପ୍ରଚଳିତ ହେବା ପୂର୍ବରୁ ଦୋଳ ପୂର୍ଣ୍ଣିମା ଦିନ ଠାକୁର ମାନଙ୍କ ସମ୍ମୁଖ ରେ ପାଠ ହେବା ପରମ୍ପରା ରହିଆସିଛି କାହିଁ କେତେ କାଳରୁ ବୋଲି କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ