ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଉତ୍କଳ ଗାୟକ ଗୌରବ ସମ୍ମାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):କଟକ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ପାଲା ମହୋତ୍ସବରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ୨୦୨୩ ମସିହା ‘ପାଇଁ ଉତ୍କଳ ଗାୟକ ଗୌରବ’ ସମ୍ମାନ ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉତ୍କଳ ସାହିତ୍ୟ ସମାଜର ଅଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସାଧାରଣ ସମ୍ପାଦକ ଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ମୁଖ୍ୟ ଅତିଥି ଡ. ଯୁଦ୍ଧିଷ୍ଠିର ପଣ୍ଡା, ସମ୍ମାନୀୟ ୍ରତିôତ ଡ. ଚିନ୍ତାମଣି ଭାରତୀ, ଉପସଭାପତି ଜୀବନାନନ୍ଦ ଅôଦକାରୀଏବଂ ସୁନାମଣି ରାଉତଙ୍କ ଉପସ୍ଥିତିରେ ଓଡିଶାର ସର୍ବ ପ୍ରାଚୀନ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀ ପାଣିଗ୍ରାହୀଙ୍କୁ ଉତ୍କଳ ଗୌରବ ସମ୍ମାନ ଟ୍ରଫି, ଉପଢ଼ୌକନ, ବସ୍ତ୍ର ଓ ସମ୍ମାନ ସୁଚକ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀ ପୁର୍ବରୁ ପ୍ରାଚୀନ ସଂଗଠନ ‘କଳିଙ୍ଗ ଭାରତୀ’ରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ସମ୍ମାନ ପାଇଁ ତାଙ୍କୁ ରାଜ୍ୟର ବହୁ ସଂସ୍କୃତିପ୍ରେମୀ, ବନ୍ଧୁବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଉଚ୍ଛସ୍ୱିତ ସମ୍ମାନ ପାଇବାରେ ସେ କେନ୍ଦୁଝର ଜିଲ୍ଲାର ପ୍ରଥମ ବ୍ୟକ୍ତି ହୋଇଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲାର ସମସ୍ତ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ