ଗୋମୂତ୍ରରୁ ପ୍ରସ୍ତୁତ ହେବ କର୍କଟ ଔଷଧ: କେନ୍ଦ୍ରମନ୍ତ୍ରୀ
ଚେନ୍ନାଇ: ଦେଶର ବଢ଼ୁଥିବା କର୍କଟ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ବାବଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱନୀ ଚୌବେ । ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍କଟ ରୋଗର ନିରାକରଣ ପାଇଁ ଗୋମୂତ୍ରକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଗୋପାଳନ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ତାମିଲନାଡୁର କୋଏମ୍ବାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଚୌବେ ଏହା କହିଛନ୍ତି?