ଗୋରଡ଼ିତୋଟା ଗ୍ରାମରେ କୁମାରୀ ବିବାହ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଗୋରଡ଼ିତୋଟା ଗ୍ରାମରେ ଏକ ନିଆରା ଢଙ୍ଗରେ କୁମାରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କୁମାର ଉତ୍ସବକୁ ନେଇ ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିବାବେଳେ କୁମାରୀ ବିବାହ ଗାଁ କୁ ଉତ୍ସବ ମୁଖର କରି ପକାଇଛି। ଉକ୍ତ ଗ୍ରାମର କୈଳାଶ ରାଉତ ଏବଂ ସ୍ଵାଗତିକା ରାଉତଙ୍କ ଝିଅ ସ୍ଵଂୟସିଦ୍ଧା ବର ସାଜିଥିବା ବେଳେ ଭକ୍ତବନ୍ଧୁ ପ୍ରଧାନ ଏବଂ ମନ୍ଦାକିନୀ ପ୍ରଧାନଙ୍କ ଝିଅ ସ୍ମୃତିପ୍ରଜ୍ଞା କନ୍ୟା ହୋଇ କୁମାରୀ ବିବାହରେ ଭାଗ ନେଇଥିଲେ l ବର ସାଜିଥିବା କନ୍ୟା ସ୍ୱଂୟସିଦ୍ଧା ଗ୍ରାମ ଆରମ୍ଭରୁ ବାଜା ବାଣ ଓ ରୋଷଣୀ ରେ ବରଯାତ୍ରୀ ସହିତ ଏକ ବିରାଟ ପଟୁଆରରେ କନ୍ୟା ଘରକୁ ଆସିବା ପରେ ବର ଓ ବରଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ ପରେ କନ୍ୟା ଘର ପରିବାର ପକ୍ଷରୁ ବିବାହ ଉତ୍ସବ ର ଆୟୋଜନ କରାଯାଇଥିଲା l ପୁରୋହିତଙ୍କ ମନ୍ତ୍ର ଧ୍ଵନିରେ କୁମାରୀ ବିବାହ ବୈଦିକ ରୀତିନୀତିରେ ସମ୍ପନ୍ନ କରାଯାଇଥିଲା l ଗ୍ରାମରେ ପରିବାର ପରିବାର ମଧ୍ୟ ରେ ଭାଇଚାରା ଓ ସୁସମ୍ପର୍କକୁ ଦୀର୍ଘଜୀବି କରିବା ଏହି କୁମାରୀ ବିବାହ ର ମୂଳଲକ୍ଷ ବୋଲି ଗ୍ରାମବାସୀ ପ୍ରକାଶ କରିଥିବାବେଳେ ବାଲ୍ୟ ବିବାହ, ଯୌତୁକ ପ୍ରଥା ଓ ପ୍ରେମ ବିବାହକୁ ଆମ୍ଭେମାନେ ତୀବ୍ର ବିରୋଧ କରି ଏଭଳି ଏକ ନିଆରା ବିବାହ ଉତ୍ସବ ପାଳନ କରୁଛୁ ବୋଲି କହିଛନ୍ତି ଗ୍ରାମର କୁମାରୀ କନ୍ୟା ସ୍ମିତା ବିଶ୍ୱାଳ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ