ଗୋରୁଗାଡି ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ଗୋରୁ ଗାଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡି୨୫ଏ୫୦୫୧ ପିକଅପ ଗାଡିଟି ଅତି ଅମାନୁଷିକ ଭାବେ ପାଞ୍ଚଗୋଟି ଗୋରୁଙ୍କୁ ନେଇ ଯାଉଥିବାବେଳେ ପୁଲିସ ହାତରେ ଧରାପଡିଥିଲା । ଗାଡିଟି କଟକ ପଟୁ ଭଦ୍ରକ ଅଭିମୁଖେ ଆସୁଥିବାବେଳେ ପେଟ୍ରୋଲିଂରେ ଥିବା ପୁଲିସ ଏହାକୁ ଧରିଥିଲେ । ବେଆଇନ ଗୋଚାଲାଣ କରୁଥିବା ଅଭିଯୋଗରେ ଗାଡିଚାଳକ ସନୱାର ଅଲ୍ଲୀ ଖାଁ ଏବଂ ଖଲାସୀ ସାୟଦ ସକିଲ ଅଲ୍ଲୀକୁ ପୁଲିସ ଗିରଫ କରିଛି । ଏନେଇ ଥାନା ପକ୍ଷରୁ ୧୧୪/୨୧ରେ ମାମଲା ରୁଜ୍ଜୁ କରାଯାଇଥିବାବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ୫ଗୋଟି ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ