ଗୋରୁଙ୍କୁ ଧରିଛି ଅଜଣା ରୋଗ, ପଶୁଚିକିତ୍ସା ବିଭାଗର ଦେଖା ନାହିଁ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଚୋରଗଡିଆ ଗ୍ରାମରେ ଗୋରୁ ମାନଙ୍କୁ ଅଜଣା ରୋଗ ଧରିଥିବାରୁ ଅନେକ ଗୋରୁ ଅସୁସ୍ଥ ହୋଇ ପଡିଛନ୍ତି । ଏନେଇ ପଶୁଚିକିତ୍ସା କାର‌୍ୟ୍ୟାଳୟରେ ଅଭିଯୋଗ କଲେବି କେହି ଶୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଚୋରଗଡିଆ ଗ୍ରାମର ନିରାକାର ଦାସ ଓ ସରସ୍ୱତୀ ଦାସଙ୍କ ଘରେ ୫ଟି ଗୋରୁ ଅଜଣା ରୋଗର ଶୀକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଏନେଇ ସେମାନେ ବାରମ୍ବାର ମରୈଗାଁ ପଶୁଚିକିତ୍ସକଙ୍କୁ ଜଣାଇଥିଲେ ମଧ୍ୟ କେହି ଡାକ୍ତର ଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ଗୋରୁ ମାନେ ଦିନକୁ ଦିନ ଅଧିକରୁ  ଅସୁସ୍ଥ ହୋଇପଡୁଛନ୍ତି । ଜିଲ୍ଲା ପଶୁଚିକିତ୍ସା ଅଧିକାରୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ମରୈଗାଁ ପଶୁଚିକିତ୍ସକ ଭାଗବତ ଘୋଷଙ୍କୁ ପଚାରିବାରେ ସେ ପାଖର କୌଣସି ଚିକିତ୍ସକଙ୍କୁ ଡକାଇ ଚିକିତ୍ସା କରି ନିଅନ୍ତୁ ଯଦି ସମ୍ଭବ ହୁଏ ତେବେ ଭ୍ରାମ୍ୟମାଣ୍ୟ ଚିକିତ୍ସକ ପଠାଇବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ