ଗୋରୁମହିଷାଣୀରେ’ ଜୀବନ ବିନ୍ଦୁ ରକ୍ତ ଦାନ’ ଶିବିର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀସ୍ଥ କଲ୍ୟାଣ ମଣ୍ଡପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାର୍ଗଦ୍ରଶନରେ ଏବଂ ମୋ ପରିବାର ଓ ଜୀବନ ବିନ୍ଦୁର ମୟୂରଭଂଜ ଜିଲ୍ଲାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ କୃଷି ନିଗମ ଶିଳ୍ପ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଆହ୍ବାନରେ’ ଓଡିଶା ମୋ ପରିବାର’ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ବିଜୁଜନତା ଦଳର ନାରୀ ନେତ୍ରୀବାସନ୍ତୀ ମାରାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ରକ୍ତ ଦାନ ଶିବିରରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ବିଜୁ ଜନତା ଦଳ ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା,ପ୍ରମୁଖ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଏକ ମହତ ଦାନ ,କରୋନା ଭଳି ଓ ଏକ ମହାମାରୀ ବିପଦ ସମୟରେ ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଟୋପାଏ ରକ୍ତ ବିନା ଯେଭଳି ଓଡ଼ିଶାରେ କୌଣସି ଲୋକ ମୃତ୍ୟୁ ମୁଖରେ ନ ପଡନ୍ତି ତାହାକୁ ଦଳୀୟ କର୍ମୀମାନେ ସାହାଯ୍ୟ ପାଇଁ ପଦେ ଆଗେଇ ଆସନ୍ତୁ ଏଥିରେ ରକ୍ତଦାତା ରକ୍ତଦାନ କରିଥିଲେ । ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।