ଗୋରୁମହିଷାଣୀରେ ରାଇରଙ୍ଗପୁର ରେଳ ବିକାଶ ସମିତିର ବୈଠକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରେ ସ୍ଥାନୀୟ କଲ୍ଯାଣ ମଣ୍ଡପ ପରିସରରେ ବାମନଘାଟୀ ରେଳ ବିକାଶ ସମିତିର ପ୍ରଥମ ବାର୍ଷିକ ବୈଠକ ସଭାପତି ଲକ୍ଷ୍ମଣ ମହାନ୍ତଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅବସରପ୍ରାପ୍ତ ରେଳବାଇ ଚିଫ୍ଇଞ୍ଜିନିୟର ଦୟାନିଧି ମହାନ୍ତ, ଅବସରପ୍ରାପ୍ତ କାନାରା ବ୍ଯାଙ୍କ ମେନେଜର ଆଶୁତୋଷ ନାଏକ,ଗୋରୁମହିଷାଣୀ ଲୌହଖଣି ପ୍ରବନ୍ଧକ ବିକାଶ ରଂଜନ ନାଏକ,ଶ୍ରମିକ ନେତା ନିନା ଦାସ,ବିଶିଷ୍ଟ ପରିବେଶଵିତ୍ଅଶୋକ ମହାନ୍ତ ,ସାମ୍ବାଦିକ ସୁବ୍ତ ମହାନ୍ତି, ସାମ୍ବାଦିକ ତୁଷାର ମହାନ୍ତ,ସାମାଜିକ କର୍ମୀ ଲକ୍ଷ୍ମଣ ଟୁଡୁ,ସାଂସଦ ପ୍ରତିନିଧି ଦୁର୍ଗା ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ମୟୂରଭଞ୍ଜ ରେଳ ବିକାଶର ଅଣଦେଖା କରୁଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମକୁ କୁଶ।ମୁଦୁଲି,ରୁଦ୍ଧିମାନ ମହାନ୍ତି, ସାଲଖାନ ମୁର୍ମୁ, କିଶୁନ ସୋରେନ ,ଦୁର୍ଗା ସି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ