ଗୋରୁମହିଷାଣୀ ଅଂଚଳରେ ୩ କରୋନା ଆକ୍ରାନ୍ତ ନେଇ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):’କରୋନା’ ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଉଛି । ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ଥର ପାଇଁ ରାଇରଙ୍ଗପୁର ବ୍ଲକରେ କ୍ରୋଧାନ୍ୱିତ ଏଣ୍ଟ୍ରି ମାରିଛି । ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର ଗୋରୁମହିଷାଣୀ ଆଖପାଖରେ ୩ଜଣ ସ୍ଥାନୀୟ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ସାନପାଖଣା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୁଲେଇଶିଳା ପଞ୍ଚାୟତର ମୁଖ୍ୟ ବଜାର ହେଉଛି ଗୋରୁମହିଷାଣୀ । ଏହାମଧ୍ୟ ଲୌହ ଖଣି ଅଞ୍ଚଳ ।ଓଡ଼ିଆ ସିମାନ୍ତ ଏହି ଖଣି ଖାଦାନ ଅଂଚଳକୁ ଦୈନନ୍ଦିନ ବିଭିନ୍ନ ପ୍ରାନ୍ତରରୁ ଲୋକ ଆସିଥାନ୍ତି । ତେଣୁ ଜନତାଙ୍କ ଜୀବନ ଓ ଜୀବିକାର ନେଇ କୁଲେଇଶିଳା ସରପଞ୍ଚ କରୋନା କୁ ମାତ୍ର ଦେବା ପାଇଁ ସଟ୍ ଡାଉନ୍ ଘୋଷଣା କରିବା ପଥ ଆପଣେଇଥାନ୍ତି । କୋଭିଡ-୧୯ରେଗୁଲେସନ ୨୦୨୦ ଅନୁଯାୟୀ ସ୍ବତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ ଜନତାଙ୍କ ଜୀବନ ସୁରକ୍ଷା ନେଇ ଶୁକ୍ରବାର ଜୁଲାଇ ୧୦ ତାରିଖ ଦିବା ୧୧ଘଟିକାରୁ ଜୁଲାଇ ୧୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଜାରି କରିଛନ୍ତି ।ଜନ ସାଧାରଣ ଏହାକୁ ପାଳନ କରିବା ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ