ଗୋରୁମହିଷାଣୀ ପୋଲିସର ଚୋରା ଦେଶୀମଦ ରନ୍ଧା ଭାଟିରେ ଚଢ଼ାଉ;୨୦୦୦କେଜି ପୋଚ ନଷ୍ଟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ପାହାଡ ଇଲାକାରେ ଚୋରା ମଦ ରନ୍ଧା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ଦିର୍ଘ ୮ ମାସ ହେଲା କରୋନା ମହାମାରୀ ନେଇ କାମଧନ୍ଦା ନ ପାଇ ଶ୍ରମିକ,ଚାଷୀ,ଖଟିଖିଆ,ଫେରନ୍ତା ଦାଦନ ହାତ ବାନ୍ଧି ବସିଛନ୍ତି ।ଘୋର ଆର୍ଥିକ ଅନାଟନରେ ଦିନ କାଟୁଛନ୍ତି ।ଏମାନଙ୍କର ଆର୍ଥିକ ଦୁର୍ବଳ ତାର ସୁଯୋଗ ନେଇ ଚୋରା ମଦ ମାଫିଆମାନେ କିଛି କିଛି ହାତଗୁଞ୍ଜା ଦେଇ ସେମାନଙ୍କର ବେପାର ବଢାଇଚାଲିଛନ୍ତି ।ସବୁ  ଜାଣିଶୁଣି ରାଜନୈତିକ ଦଳର ବଡ଼ପଣ୍ଡା,ଜନ ପ୍ରତିନିଧି, ପୋଲିସ ସମିତିର ସଦସ୍ୟ ମାନେ,କିଛି ଅସାଧୁ ଥାନା କର୍ମଚାରୀ ଥାନାଧଗକାରୀଙ୍କୁ ମଦ ମାଫିଆଙ୍କ ବିଷୟରେ କୌଣସି ଖୋରାକ ଦେଉ ନାହାନ୍ତି । ଅବକାରୀ ବିଭାଗ ଓ ମଦମାଫିଆଙ୍କର ମିଲି ଭଗତ ଚାଲିଛି । କାଁଭାଁ ମିରିକାଳି ଧରି ବଡ଼ ବଡ଼ ରୋହୀଙ୍କୁ ଛାଡି ଦେଉଛନ୍ତି । କିଛି କିଛି କେଶ କରି ନିଜ ଦାୟିତ୍ୱ ନିଭାଇଛନ୍ତି । ଅବକାରୀ ବିଭାଗର ସେଭଳି ଆଖି ଦୃଶିଆ ପଦକ୍ଷେପ ନାହିଁ । ଗୋରୁମହିଷାଣୀ ଥାନାରେ କର୍ମଚାରୀ ଅଭାବ । ଏହା ମଧ୍ୟ ଝାଡ଼ଖଣ୍ଡ ସିମାନ୍ତ ।ଲୌହଖଣି ଅଂଚଳ ସହ ପାର୍ବତ୍ୟ ଅଂଚଳ ।ତଥାପି ପୋଲିସ ନିଜର ଦାୟିତ୍ଵ ତୁଲାଇବା ସହ ଅବକାରୀ ବିଭାଗର କାମ କରୁଛି । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର ଦୁବୁଲାବେଡା ଜଙ୍ଗଲରେ ଚୋରା ମଦ ରନ୍ଧା ହେଉଥିବା ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ ସ୍ଥଳେ ବଳେ ଅତର୍କିତ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ମଦପ୍ରସ୍ତୁତକାରୀ ପ୍ରାଣବିକଳରେ ସ୍ଥାନ ଛାଡି ଜଙ୍ଗଲକୁ ପଳାଇଥିଲେ ।ପୋଲିସ୍ ୨୦୦୦କେଜି ମହୁଲ ପୋଚ ଏବଂ ବିଭିନ୍ନ ରନ୍ଧା ସାମଗ୍ରୀ,୮ଟି ଡ୍ରମ ଜବତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ