ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ସମସ୍ୟା ନେଇ ଧାରଣା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗୋରୁମହିଷାଣୀ ଲୌହ ଖଣି ମାଲିକ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ କାର୍ଯ୍ୟରତ ଶ୍ରମିକ ମାନଙ୍କ ପୂର୍ବ ପାଉଣା ଓ ବିଭିନ୍ନ ସମସ୍ୟା ନେଇ ଗୋରୁମହିଷାଣୀ ବିକାଶ ପରିଷଦ ତରଫରୁ ବୁଧବାର ଦିନ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଲୌହ ଖଣିର କାର୍ଯ୍ୟରତ ଖଣି ମାଲିକଙ୍କ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ର ଅବଧି ଗତ ୩୧ ମାର୍ଚ୍ଚ ୨୦୨୦ ରେ ସରି ଯାଇଥିଲା । ପରେ ଟେଣ୍ଡର ନିବାସରେ ପୁନଃ ମାଲିକାନା ହାସଲ କରିଥିଲେ ହେଲେ ଶ୍ରମିକ ମାନଙ୍କର ୫ ମାସର ପାଉଣା ମିଳି ନ ଥିଲା । ଏଥିଲାଗି ଶ୍ରମିକ ମାନେ ପୂର୍ବରୁ ଖଣିମାଲିକ, ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦିର୍ଘ ୧୫ ଦିନରୁ ଉର୍ଦ୍ଧ୍ବ ହେବ କେହି ମୁଣ୍ଡ କାନ ହଲାଉ ନାହାନ୍ତି । ଶେଷରେ ବାଧ୍ୟ ହୋଇ ୫୦୦ରୁ ଉର୍ଦ୍ଧ୍ବ ଶ୍ରମିକମାନେ ଧାରଣାରେ ବସିଥିଲେ । ପରେ ଗୋରୁମହିଷାଣୀ ଥାନା ପରିସରରେ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ, ସମାଜସେବୀ ଲକ୍ଷ୍ମଣ ଟୁଡୁ,ଖଣି ମଜନେଜର ବିକାଶ ରଞ୍ଜନ ସ୍ବାଇଁ,ଦୟାନିଧି ମହାକୁଡ଼ ପ୍ରମୁଖ ସହର ଖଣି ଶ୍ରମିକଙ୍କ ମାନେ ଆଲୋଚନାରେ ସାମିଲ ହୋଇଥିଲେ । ସେମାନଙ୍କର ଦାବି ବକେୟା ପାଉଣା, ପ୍ରଭାବିତ ଶ୍ରମିକଙ୍କୁ କ୍ଷତି ପୂରଣ,ବନୀ କରଣ,ସ୍ଥାନୀୟ ଯୁବକ ଯୁବତୀଙ୍କୁ ଶିକ୍ଷା ଗତ ଯୋଗ୍ୟତା ଭିତରେ ନିଯୁକ୍ତି,ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଗାଡି ମାଲିକଙ୍କୁ ସୁଯୋଗ,ଶ୍ରମ ଆଇନ କଡାକଡି, ଶ୍ରମିକଙ୍କୁ ନିଯୁକ୍ତି,,ପରେ ସ୍ଲିପ ପ୍ରଦାନ, ଭବିଷ୍ୟନିଧିରେ ସାମିଲ କରିବା,ଉଚିତ ବୋନସ୍, ରାସ୍ତା ଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉନ୍ନତି,ଜମିରେ ବର୍ଷା ଯୋଗୁଁ ଖଣିଜ ପଦାର୍ଥ ରେ ପୋତି ହେବା କ୍ଷତିପୂରଣ,୩୧ ମାର୍ଚ୍ଚ ପୂର୍ବରୁ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଶ୍ରମିକ ମାନଙ୍କୁ କେଣ୍ଟିନ ଖୋଲି ସୁଲଭ ମୂଲ୍ୟରେ ଖାଦ୍ୟ ଇତ୍ୟାଦି । ଖଣି ମାନେଜର ଖଣି ମାଲିକଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ ନହେଲେ ପୁନଃ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରମିକମାନେ କହିଥିଲେ ।


