ଗୋରୁ, ଗାଈ ବୋଝେଇ ୪ ଟି ପିକପ୍ ଭ୍ୟାନ ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆସିକା – ଦିଗପହଣ୍ଡି ଜାତୀୟ ରାଜପଥ ଜଗନ୍ନାଥପୂର ଗ୍ରାମ ନିକଟ ଜଗନ୍ନାଥପୁର ଗ୍ରାମର ସ୍ଥାନୀୟ ଲୋକେ ୪ ଟି ଗୋରୁ ବୋଝେଇ ପିକ ଅପ୍ ଭ୍ୟାନ ଅଟକ ରଖି ପାଟପୁର ପୋଲିସ କୁ ଖବର ଦେଇଥିଲା ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଟି ପିକଅପ୍ ଭ୍ୟାନ ଜବତ କରିବା ସହ ସେଥିରୁ ମୁର୍ମୁଷୁ ଅବସ୍ଥାରେ ୨୪ ଗୋରୁ ଓ ଗାଈ କୁ ଉଦ୍ଧାର କରିଛି।ଭୋରୁ ୪ ଟି ପିକଅପ୍ ଭ୍ୟାନ ଯୋଗେ ଗୋରୁ ବୋଝେଇ କରି ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ବିଶେଷ ସୂତ୍ର ରୁ ଖବର ଜଗନ୍ନାଥ ପୁର ସ୍ଥାନୀୟ ବାସିନ୍ଦା ଗାଡ଼ି ଗୁଡିକୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ, ଘଟଣା ସ୍ଥଳ ରୁ ସମସ୍ତ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳକୁ ଯାଇ ବୋଲେର ପିକଅପ୍ ଭ୍ୟାନ ଗୁଡିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରି ପାଟପୁର ପଞ୍ଚାୟତ ଦୌଡ଼ି ଘରେ ରଖିଥିବା ବେଳେ ପାଟପୁର ପଶୁ ଚିକିତ୍ସାଲୟ ଅଧିକାରୀ ପହଞ୍ଚି ଗୋରୁ ମାନଙ୍କ ଚିକିତ୍ସା କରିଥିବା ଜଣାପଡିଛି ।