ଗୋରୁ ଗାଡି ଜବତ, ୭ ଗାଈ ସହିତ ୫ ଷଣ୍ଢ ଉଦ୍ଧାର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଜାତୀୟ ରାଜପଥ ରୁ ଏକ ବେଆଇନ ଗୋରୁ ଗାଡିକୁ ଜବତ କରାଯାଇଥିବା ବେଳେ ସେଥିରୁ ୭ଗାଈ ସହିତ ୫ ଷଣ୍ଢକୁ ଉଦ୍ଧାର କରାଯାଇଛି । ଏପି୦୫ଏଫ୨୬୩୨ ଟ୍ରକଟି କଟକ ପଟୁ ଗୋରୁ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ବେଳେ ପୁଲିସ ଏହାକୁ ଧରିଥିଲା। ପରେ ଗାଡ଼ିରେ ବେଆଇନ ଭାବେ ଚାଲାଣ ହେଉଥିବା ୧୨ଗୋଟି ଗୋ ଦେବତାଙ୍କୁ ଥାନା ପକ୍ଷରୁ ଉଦ୍ଧାର କରାଯାଇ ଗୋଶାଳା କୁ ପଠାଯାଇଥିବା ସୂଚନା ମିଳିଛି । ଏତଦବ୍ୟତୀତ ଗାଡି ଡ୍ରାଇଭର ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି। ଏଠାରେ ସୂଚିତ ୧୬ନଂ ଜାତୀୟ ରାଜପଥରେ ବେଆଇନ ଗୋ ଚାଲାଣ ଦୈନନ୍ଦିନ ଚାଲିଥିବା ବେଳେ ପୁଲିସର ଲଗାତର ଚଢ଼ାଉ ଯୋଗୁଁ କିଛିଟା ଚାଲାଣକୁ ରୋକାଯାଇ ପାରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ