ଗୋରୁ ଚାଲାଣ ଅଭିଯୋଗରେ ୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି  କାଶୀନଗର ବ୍ଲକ ରେ ଗାଡି ଯୋଗେ ଆନ୍ଧ୍ରପ୍ରଦେଶ କୁ ଗୋରୁ ଚାଳନ କରୁଥିବାକୁ ନେଇ ପୁଲିସ ୩ଜଣକୁ ଗିରଫ କରିଛି । କାଶୀନଗର ବ୍ଲକ୍ ଚୁଡଙ୍ଗପୁର  ଗ୍ରାମରେ ପୁଲିସ ଖବର ପାଇ ପାଟ୍ରୋଲିଂ  କରିଥିଲେ । ସେଠାରେ ତିନିଟି ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଜାଣିବାକୁ ପାଇ  ଗାଡି ନମ୍ବର ଯଥା:- ଏପି୩୯ଟିଏନ୦୪୦୨, ଏପି୩୫ୱାଇ୬୦୭୬, ଏପି୩୯ଟିପି୦୪୬୧, ଜବତ କରିଛନ୍ତି । ସେହି ଗାଡି ଗୁଡିକରେ ୧୫ଟି ବଳଦ ରହିଥିବାର ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ହାଡୁଭାଙ୍ଗି ପଞ୍ଚାୟତ ଅନ୍ତର୍ଗତ ବଳଦା ଗ୍ରାମରୁ ଆନ୍ଧ୍ରପ୍ରଦେଶ ର  ବିଜୟନଗରମକୁ ନେଉଥିଲେ । ଅଭିଯୁକ୍ତ ଗୁଡିକ ହେଉଛନ୍ତି  ମନିପୁଲି ଲାଛନା (୪୦) , ଜି. ଗୋପାଳ (୩୧) ଓ ଟି. ଶ୍ରୀକାନ୍ତ (୨୨)। ବଳଦ ଓ ଗାଡ଼ିଗୁଡ଼ିକୁ ଜବତ କରାଯାଇଥିବା ବେଳେ କେସ୍ ନମ୍ୱର ୧୬/୨୨ରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନୁସନ୍ଧନ ଜାରି ରହିଥିବା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ