ଗୋରୁ ବୋଝେଇ ଟ୍ରକ ଜବତ
(ଯୁଗାବ୍ଦ ନ୍ୟୁଜ )ରାଜ୍ୟ ଓ କେନ୍ଦ୍ରସରକାର ଗୋ ସୁରକ୍ଷା ନିମନ୍ତେ ଅନେକ ଆଇନ ପ୍ରଣୟନ କରୁଛନ୍ତି । କିନ୍ତୁ ଏହି ଆଇନ କୁ ଫୁ କରି ଉଡାଇଦେଉଛନ୍ତି ଗୋ ଚାଲଣକାରୀ । ତେବେ ଏଭଳି ଏକ ଘଚଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୁରପଲ୍ଲୀ ଚେକ ଗେଟ ନିକଟରେ । ଚେକ ଗେଟ ନିକଟରେ ବିଭିନ୍ନ ଟ୍ରକ ଗୁଡିକ ର ଯାଞ୍ଚ କରିବା ପରେ ସୁଦୂର ଆନ୍ଧ୍ରପ୍ରଦେଶ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର ସମେତ ୬ଜଣ ଗୋରୁ ଦଲାଲ ଗିରଫ କରି ଆନିମଲ ପ୍ରିଭେନସନ ଆକ୍ଟ ଜରିଆରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଟୋଲ ଗେଟ ନିକଟରୁ ୨ଟି ଟ୍ରକ ରୁ ୨ଟିବଳଦ ୧୫ ଟି ଗାଇ ଜବତ କରିବା ସହ ଏହି ଟ୍ରକ ଗୁଡିକ ର ନମ୍ବର କୁ ବଦଳାଇଥିଲେ । ପୋଲିସ ଉକ୍ତ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର ଏସ.କେ. ସକିଲ ଓ ଗୋରୁ ଦଲାଲ ରାକେଶ କୁମାର ସାହୁ , ଏସ. କେ . ପଜ୍ଝନ୍ନା ରସିଦ ଖାଁ , ଓ ଏମ.ଦି.ମୁବାରକ ଙ୍କୁ ଗିରଫ କରିଥିଲା । ପୋଲିସ ଗିରଫ କରିଥିବା ଆଶୟୀ ମାନେ ହେଉଛନ୍ତି ଅସାମୀମାନେ ଉତ୍ତରପ୍ରଦେଶ ର ମୁଜାଫର ଅଂଚଳ ର ।


