ଗୋଲଣ୍ଡାରେ ବିଜେଡି ପାର୍ଟି ଅଫିସ୍ ଉଦ୍ଘାଟନ ସୂର୍ଯ୍ୟଙ୍କ ପ୍ରଚାର

ଦିଗପହଣ୍ଡି : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମ୍ବାରୀଗାଁ ପଞ୍ଚାୟତର ଗୋଲଣ୍ଡା ଗ୍ରାମରେ ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ସୂର୍ଯ୍ୟଙ୍କ ସମେତ ବ୍ଳକ ଯୁବ ବିଜେଡି ସଭାପତି ଚିତ୍ରସେନ ଗୌଡ, ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଉପାଧକ୍ଷ ଏମ୍.ନିରଞ୍ଜନ ରେଡ୍ଡି, ଯୁବ ବିଜେଡି ନେତା ସଞ୍ଜୟ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ପାଣିଗ୍ରାହୀ, ବ୍ଳକ ବିଜେଡି ସଭାପତି ଉଦୟ ନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡି, ରାଜ୍ୟ ଯୁବ ବିଜେଡି ସମ୍ପାଦକ କାହ୍ନୁଚରଣ ପାତ୍ର, ବାବୁଲା ସାହୁ, ମିଲନ ପାଣିଗ୍ରାହୀ, ବିଜୟ ସାହୁ, କେଦାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସଭିଏଁ ଏକ ବିରାଟ ପଟୁଆରରେ ବାଇକ ରାଲିରେ ରୋଡ୍ ଶୋ କରି ଗାଁ ପରିକ୍ରମା କରି ନିର୍ବାଚନୀ ପ୍ରଚାର କରିଥିଲେ । ପରେ ଖମ୍ବାରୀ ଗାଁ, କଇଠଖଣ୍ଡି, ନିମଖଣ୍ଡି ପେଣ୍ଠ, ଚଷା ନିମଖଣ୍ଡି, ମେଘଝୋଳି, ଭିଷ୍ମଗିରୀ, ପଦ୍ମନାଭପୁର, କଇଠଡା, ଓଡାସିଙ୍ଗି ଆଦି ଗାଁ ବୁଲି ନିର୍ବାଚନୀ ପ୍ରଚାର କରିଥିଲେ । ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା ଯୋଗାଇଦେଇଆସୁଥିବା ବେଳେ ବିକାଶର ଧାରା ମୁଖ୍ୟ ନିର୍ବାଚନୀ ମୁର୍ଦ୍ଦା ରହିବ ବୋଲି ସୂର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଲୋକେ ସୂର୍ଯ୍ୟଙ୍କ ପ୍ରତି ଆସ୍ଥା ରଖିଥିଲେ ହେଁ କମ୍ ସମୟ ମଧ୍ୟରେ ବହୁ ଗାଁ ବୋଲି ଲୋକଙ୍କୁ ଆପ୍ୟାୟିତ କରିବାର ରହିଛି ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେଉଥିବା ହେତୁ ଆଉ ମାତ୍ର ହାତ ଗଣତି କିଛି ଦିନ ରହିଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କ ନିକଟରେ ପହଞ୍ଚି ଶତ ପ୍ରତିଶତ ଭୋଟ ଦେବା ପାଇଁ ପରାମର୍ଶ ଦେବା ସହିତ ବିଜେଡି ପାଇଁ ଭୋଟ ଭିକ୍ଷା କରୁଛନ୍ତି ବୋଲି ସେ ଜଣାଇଛନ୍ତି । ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବି.କ୍ରୀଷ୍ଣାରାଓ ସୁବୁଦ୍ଧି, ଭଗବାନ ବାଡତ୍ୟା, ରାଧାକାନ୍ତ ଗୌଡ, ରବିଚନ୍ଦ୍ର ଗୌଡ, ରଞ୍ଜନ କୁମାର ସାହୁ, ମନୁ ଗୌଡ, ଅସୀତ ସାହୁ, ବିଜୟ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ